ଏବେ ଅନ୍‌ଲାଇନରେ ମିଳିବ ୧୧ ସେବା, ଫୋକସ୍‌ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ

Advertisment

କରୋନାରେ ଆସିଛି ୧.୧୭ଲକ୍ଷ କୋଟିର ପୁଞ୍ଜି, ୫୩ ହଜାର ଯୁବକଙ୍କୁ ମିଳିପାରେ କର୍ମନିଯୁକ୍ତି

କରୋନାରେ ଆସିଛି ୧.୧୭ଲକ୍ଷ କୋଟିର ପୁଞ୍ଜି, ୫୩ ହଜାର ଯୁବକଙ୍କୁ ମିଳିପାରେ କର୍ମନିଯୁକ୍ତି

‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ପୁରୀ ଦେଶରେ ପ୍ରଥମ

The Hans India

ଭୁବନେଶ୍ୱର : ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପଞ୍ଜୀକରଣ ପ୍ରମାଣ ପତ୍ର ଏଣିକି ଅନ୍‌ଲାଇନରେ ମିଳିବ। ମୂଲ୍ୟ ଚୁକ୍ତି ପ୍ରମାଣପତ୍ର ଓ ପ୍ରୟୋଗଶାଳା ମାନ ପରୀକ୍ଷାର ବିବରଣୀ ବି।

୫-ଟି ଅଧୀନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ଏଭଳି ୧୧ ପ୍ରକାରର ସେବାକୁ ଅନ୍‌ଲାଇନ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସବୁ କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କ୍ଷେତ୍ର ରାଜ୍ୟ ଅର୍ଥନୀତିର ବିକାଶର ଆଧାର। ଅଧିକ ଲୋକ ଏଥିରେ କର୍ମନିଯୁକ୍ତି ପାଇପାରିବେ। ଏଣୁ ଏସବୁ ଶିଳ୍ପର କିଭଳି ପୂର୍ଣ୍ଣ କ୍ଷମତାର ଉପଯୋଗ କରାଯାଇପାରିବ ରାଜ୍ୟ ସରକାର ସେଥିପାଇଁ ସବୁ ସହଯୋଗ ଯୋଗାଇ ଦେବେ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରପ୍ତାନୀ ପ୍ରୋତ୍ସାହନ ସହାୟତା, ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରମାଣ ପତ୍ର ନବୀକରଣ, ଯୋଗାଣ ପୂର୍ବ ଓ ଯୋଗାଣ ପର ନିରୀକ୍ଷଣ ସେବା, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ ସୁପାରିସ, ଓଡିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଦ୍ବାରା ଖଦୀ ଉଦ୍ୟୋଗ ମାନଙ୍କୁ ଦିଆଯାଉଥିବା ରିହାତି ସେବା ଏବେ ଅନ୍‌ଲାଇନରେ ଉପଲବ୍ଧ ହେବ। ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ବାରା ବିଭିନ୍ନ ବିଭାଗ ମାନଙ୍କୁ ବ୍ୟାବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ ଠାରୁ ଆରମ୍ଭ କରି ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ଦିଆଯାଉଥିବା ବକେୟା ନ ଥିବା ପ୍ରମାଣପତ୍ର ଏବଂ ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ଵାନ୍ ଟାଇମ୍ ସେଟେଲମେଣ୍ଟ ବା ଏକକାଳୀନ ପରିଶୋଧ ବ୍ୟବସ୍ଥା ଆଦିକୁ ମଧ୍ୟ ଅନ୍‌ଲାଇନ୍ ପରିସରକୁ ଅଣାଯାଇଛି। ଏସବୁ ସେବା odishamsme.nic.in ରେ ଉପଲବ୍ଧ ହେବ। ଅର୍ଥାତ୍ ଉଦ୍ୟୋଗୀମାନେ ସରକାରୀ ଦପ୍ତରକୁ ନ ଆସି, ନିଜ ସୁବିଧା ଅନୁସାରେ ଅନ୍‌ଲାଇନରେ ଏ ସମସ୍ତ ୧୧ଟି ଯାକ ସରକାରୀ ସେବା ଓ ସୁଯୋଗ ଗୁଡିକର ଲାଭ ପାଇପାରିବେ। ଏହା ପୂର୍ବରୁ ୧୨ଟି ଗୁରୁତ୍ବପୂର୍ଣ୍ଣ ସେବା ଅନ୍‌ଲାଇନ ଜରିଆରେ ମିଳିପାରୁଛି।

ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବ ଦେଇ କହିଥିଲେ, କରୋନା ମହାମାରୀ ସମୟରେ ସାରା ବିଶ୍ବର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ମଧ୍ୟ ଅତ୍ୟନ୍ତ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ସରକାର ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ। ରାଜ୍ୟ ସରକାରଙ୍କର ସ୍ବଚ୍ଛ ନୀତି ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ରାସ୍ତା ଖୋଲୁଛନ୍ତି। ଏଣୁ ମହାମାରୀ ସତ୍ତ୍ବେ ଗତ ୧୦ ମାସ ମଧ୍ୟରେ ୧ଲକ୍ଷ ୧୭ ହଜାର କୋଟି ଟଙ୍କାର ପୁଞ୍ଜି ଆଣିବାରେ ରାଜ୍ୟ ସଫଳ ହୋଇଛି। ଏହାଦ୍ବାରା ଅତିକମରେ ୫୩ ହଜାରରୁ ଅଧିକ ଯୁବକଯୁବତୀ କର୍ମନିଯୁକ୍ତି ପାଇପାରିବେ।

ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ତାଙ୍କ ବିଭାଗ ଶ୍ରମିକ ବର୍ଗଙ୍କ ରୋଜଗାରର ସୁବିଧା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛି। ଶିଳ୍ପସଂସ୍ଥାମାନେ ସରକାରଙ୍କ ପ୍ରଦତ୍ତ ଅନ୍‌ଲାଇନ୍ ସେବାଗୁଡିକର ସୁଯୋଗ ନେବା ଉଚିତ୍। ଏହି ଅବସରରେ କଟକ ଜିଲ୍ଲାର ସଂଜୟ ବିଶ୍ବାଳ, ଅନୁଗୁଳର ଆଶାଲତା ପାଣି ଓ ଗଞ୍ଜାମର ଇ. ସୁଜାତା ପ୍ରମୁଖ ଶିଳ୍ପୋ‌ଦ୍ୟୋଗୀ କରୋନା ସମୟରେ ସରକାରଙ୍କର ଆର୍ଥିକ ସହାୟତା କିପରି ସେମାନଙ୍କ ଶିଳ୍ପକୁ ପୁର୍ନଜୀବନ ଦେବା ସହିତ ଶ୍ରମିକ ମାନଙ୍କ ରୋଜଗାରର ସୁରକ୍ଷା ମଧ୍ୟ କରିପାରିଛି, ସେ ସଂପର୍କରେ ପ୍ରକାଶ କରିଥିଲେ।

ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଓ ଶିଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଖଦୀ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ଆର୍‌.କେ. ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe