୧୧୦ ଜଣ ସିଭିଲ ଜଜ୍‌ଙ୍କ ଶପଥ ଗ୍ରହଣ

୧୧୦ ଜଣ ସିଭିଲ ଜଜ୍‌ଙ୍କ ଶପଥ ଗ୍ରହଣ

କଟକ-ସିଡିଏ : ନବ ନିଯୁକ୍ତ ୧୧୦ ଜଣ ସିଭିଲ ଜଜ୍‌ ଆଜି ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ଜୁଡିସିଆଲ୍‌ ଏକାଡେମିର ଜଷ୍ଟିସ ଗତିକୃଷ୍ଣ ମିଶ୍ର ଅଡିଟୋରିୟମରେ ଏଥି ପାଇଁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍ସବରେ ଜୁଡିସିଆଲ ଏକାଡେମିର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ନବ ନିଯୁକ୍ତ ସିଭିଲ ଜଜମାନଙ୍କୁ ଶପଥ ପାଠ କରାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଜୁଡିସିଆଲ୍‌ ଏକାଡେମିର ଅଧ୍ୟକ୍ଷ ଜଷ୍ଟିସ ଏସ୍‌.କେ.ମିଶ୍ର ସଭାକୁ ସମ୍ବୋଧିତ କରି ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଚାରପତିଙ୍କ ଭୂମିକା ଓ ନ୍ୟାୟିକ ତାଲିମ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତିଙ୍କ ସହଧର୍ମିଣୀ ଶ୍ରୀମତୀ ଉମା ସରଣ ଯୋଗ ଦେଇଥିଲେ। ଏହି ଅବସରରେ ଜୁଡିସିଆଲ ଏକାଡେମି ଦ୍ୱାରା ସଦ୍ୟ ପ୍ରକାଶିତ ପ୍ରଶିକ୍ଷଣ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ଜଷ୍ଟିସ ସି.ଆର୍‌.ଦାଶ, ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀ, ଜଷ୍ଟିସ ଦେବବ୍ରତ ଦାଶ, ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ କେ.ଆର୍‌.ମହାପାତ୍ର, ଜଷ୍ଟିସ, ଜେ.ପି.ଦାସଙ୍କ ସହିତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଓ ରେଜିଷ୍ଟ୍ରିର ଅଧିକାରୀମାନେ ଉପସ୍ଥିତ ଥିଲେ। ଜୁଡିସିଆଲ୍‌ ଏକାଡେମିର ନିର୍ଦ୍ଦେଶକ ଜି.ଶତପଥୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପନିର୍ଦ୍ଦେଶକ ବି.ଏନ୍‌.ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନବ ନିଯୁକ୍ତ ସିଭିଲ ଜଜମାନଙ୍କ ପରିବାର ସଦସ୍ୟ ଓ ବହୁ ବିଚାରବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe