କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମରେ ଭାଗ ନେବେ ୧୧୦୦ ଛାତ୍ରଛାତ୍ରୀ

Advertisment

ଛାତ୍ରଛାତ୍ରୀ ଚାଷ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଭୂତି ପାଇବେ : କୃଷି ମନ୍ତ୍ରୀ

ଛାତ୍ରଛାତ୍ରୀ ଚାଷ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଭୂତି ପାଇବେ : କୃଷି ମନ୍ତ୍ରୀ

କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମରେ ଭାଗ ନେବେ ୧୧୦୦ ଛାତ୍ରଛାତ୍ରୀ

Twitter

ଭୁବନେଶ୍ବର : କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମରେ ୫ଟି ବିଶ୍ବବିଦ୍ୟାଳୟର ପ୍ରାୟ ୧୧୦୦ ଜଣ କୃଷି ଓ ଉଦ୍ୟାନକୃଷିର ସ୍ନାତକ ଛାତ୍ରଛାତ୍ରୀ ଭାଗ ନେବେ। ଏହି ବିଶ୍ବବିଦ୍ୟାଳୟଗୁଡ଼ିକ ହେଲା ଓୟୁଏଟି,ଶିକ୍ଷା ଅନୁସନ୍ଧାନ, ଶ୍ରୀ ଶ୍ରୀ, ସେଞ୍ଚୁରିଆନ୍ ଓ ଜିଆଇଇଟି। ୧୦ ସପ୍ତାହର ଏହି ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଜୁଲାଇରୁ ସେପ୍ଟମ୍ବର ଏବଂ ଦ୍ବିତୀୟ ପର୍ଯ୍ୟାୟ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ କ୍ଷେତ୍ରରେ କାମ କରିବା ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଫାର୍ମପଣ୍ଡ୍ ଯୋଜନା ସମେତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ରୋଗପୋକ ସର୍ବେକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା, କୃଷି ସାମ୍ରଗୀ ଯୋଗାଣ ଆଦି ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ପାଇବେ।

ଚଳିତ ବର୍ଷର କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ଭର୍ଚୁଆଲ୍ ବୈଠକରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଲେ, ଏହା ଦ୍ବାରା କୃଷକମାନେ ଛାତ୍ରଛାତ୍ରୀଙ୍କ ଠାରୁ ଚାଷ ସମ୍ବନ୍ଧୀୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଜ୍ଞାନକୌଶଳ ଓ ଚାଷ ପଦ୍ଧତ୍ତି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। କୃଷକମାନେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି କିପରି ଚାଷ କାର୍ଯ୍ୟକୁ ଆଗେଇନେଉଛନ୍ତି, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଅନୁଭୂତି ପାଇବେ। ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ, କୃଷି ବିଶ୍ବବିଦ୍ୟାଳୟ, କୃଷି ବିଭାଗ ଓ ସର୍ବୋପରି କୃଷକମାନେ ଲାଭବାନ ହୋଇପାରିବେ। ବିଗତ ବର୍ଷରେ ଏହି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏଥିରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କୃଷି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିସନର୍ ରାଜ କୁମାର ଶର୍ମା ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଦ୍ବାରା ଚାଷ ସମ୍ବନ୍ଧରେ ସେମାନଙ୍କ ବ୍ୟବହାରିକ ଜ୍ଞାନର ଉନ୍ନତି ଘଟିବ ବୋଲି କହିଥିଲେ। କୃଷି ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଏପରି ଅଭିନବ କାର୍ଯ୍ୟକ୍ରମ କୃଷି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ କୃଷି ଉଦ୍ୟୋଗୀ ହେବା ଦିଗରେ ପ୍ରୋତ୍ସାହିତ କରିବ। ଏହି କାର୍ଯ୍ୟକ୍ରମରେ ୫ଟି ଯାକ ବିଶ୍ବବିଦ୍ୟାଳୟ କୁଳପତି ଓ ଡିନ୍ ଯୋଗ ଦେଇଥିଲେ। କୃଷି ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe