The Indian Express
ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ କରାଯିବ। ତିନି ମାସ ହେଲା ଏନେଇ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ଶେଷ ସୁଦ୍ଧା ପାଖାପାଖି ୧୧ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତପତ୍ର ବଣ୍ଟନ କରିବେ। ଏଥିସହ ଆଦର୍ଶ ବିଦ୍ୟାଳୟରେ ୧ ହଜାର ୭୦୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାରିଥିଲା, ଯାହାର ପ୍ରକ୍ରିୟା ଏବେ ଜାରି ରହିଛି। ସେହିପରି ରାଜ୍ୟର ସମସ୍ତ ୮ ହଜାର ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତରୀକରଣ କରାଯିବ। ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲର ରୂପାନ୍ତରଣ କରାଯାଇଛି। ଅବଶିଷ୍ଟ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ ନେଇ ବ୍ୟବସ୍ଥା କରାଯିବ। ଏହାପରେ ପ୍ରାଥମିକ ବିଦ୍ୟାଳଗୁଡ଼ିକ କଥା ବିଚାର କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।
Follow Us