ଭୁବନେଶ୍ୱର:  ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ଗତ ୫  ବର୍ଷ ଭିତରେ ଓଡ଼ିଶା ଭାରତରେ ସବୁ ରାଜ୍ୟଠାରୁ ଆଗରେ ରହିଛି । ଓଡ଼ିଶାରେ ଗତ  ୫ ବର୍ଷରେ ୧୧୦୩ ଜଣ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି।  

Advertisment

ସାଧାରଣତଃ  ଯେଉଁ ଅଞ୍ଚଳରେ ଖଣିଜ ପଦାର୍ଥ ଅଧିକ ଥାଏ ସେଠାରେ ବଜ୍ରପାତ ବେଶି ହୋଇଥାଏ। ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାଏ ।

ବାଦଲ-ବାଦଲ ଭିତରେ ଧକ୍କା ଯୋଗୁ ବଜ୍ରପାତ ଘଟିଥାଏ । ମାଟି ତଳେ ଥିବା ଖଣିଜ ପଦାର୍ଥ ସୁପରିବାହୀ ଭାବେ କାର୍ଯ୍ୟ କରି ବଜ୍ରପାତକୁ ଆକର୍ଷିତ କରିଥାଏ। ଏହା ଯୋଗୁ ଖଣିଜ ପଦାର୍ଥ ଅଧିକ ଥିବା ଅଞ୍ଚଳରେ ବେଶି ବଜ୍ରପାତ ଘଟିଥାଏ ବୋଲି ଗୁରୁବାର ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ  ଉତ୍ତର ରଖିଛନ୍ତି।

ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। 

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ  ଯଥେଷ୍ଟ ପାଣ୍ଠି ଅଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା ଅଛି। ସେଥିରୁ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ୨୦୦ କୋଟି ଟଙ୍କା ରଖାଯାଇଛି। ବଜ୍ରପାତ ଜନିତ ମୃତ୍ୟୁ ପ୍ରବାସୀ ଓଡ଼ିଆଙ୍କୁ କ୍ଷତିପୂରଣ ପାଇଁ ବିଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ।  ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣ ଙ୍କୁ ଅବଗତ କରାଯାଉଛି। କେଉଁଠାରେ କ‌େବେ ବଜ୍ରପାତ ହେବ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ସଫଳ ହୋଇନାହାନ୍ତି। ଏନେଇ ଅନୁସନ୍ଧାନ ଜାରି ରହିଛି ।

କ୍ଷେତ ଓ ସ୍କୁଲରେ ବହୁ ସଂଖ୍ୟକ ଲୋକେ ବଜ୍ରପାତର ଶିକାର ହେଉଛନ୍ତି । ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବଜ୍ରପାତରେ ମୃତ୍ୟୁବରଣ କଲେ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି ।

ଅଧିକ ପଢ଼ନ୍ତୁ:ସୁଭଦ୍ରା ଯୋଜନା: ଆଧାର ସଂଶୋଧନ ଟୋକନ ନ ପାଇ ମହିଳାଙ୍କ ରାସ୍ତା ଅବରୋଧ

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ  ଦ୍ବାରା ପଚରାଯାଇଥିବା ପ୍ରଶ୍ନର ଜବାବରେ ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି । 

ଅଧିକ ପଢ଼ନ୍ତୁ:ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର: ପ୍ରେମକୁ ନେଇ ହତ୍ୟା ସନ୍ଦେହ