Photo by : athavannews.com
ଭୁବନେଶ୍ୱର : ମାର୍ଚ୍ଚ ୬ରୁ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ଲାଗି କେନ୍ଦ୍ର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ପରୀକ୍ଷା କେନ୍ଦ୍ର ଚୟନ କରିବା ଲାଗି ବସିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଆଜି ଚୂଡ଼ାନ୍ତ ମୋହର ଲଗାଯାଇଛି। ଗତବର୍ଷ ଅପେକ୍ଷା ଏଥର ଆଉ ୫ଟି କେନ୍ଦ୍ର ବଢ଼ାଇବାକୁ ଯୋଜନା ରହିଥିଲା। ସେଥିରୁ ଦୁଇଟି ବାତିଲ୍ କରାଯାଇ ୩ଟି ବୃଦ୍ଧି କରିବାକୁ ସ୍ଥିର ହୋଇଛି। ୨୦୧୭ରେ ୧୧୦୭ଟି କେନ୍ଦ୍ର ହୋଇଥିବା ବେଳେ ୨୦୧୮ରେ ୧୧୧୦ଟି କେନ୍ଦ୍ର କରାଯିବ। ଭୁବନେଶ୍ୱରସ୍ଥିତ ଆଇଟିଇଆରରେ ହେବାକୁ ଥିବା ଉପ ପରୀକ୍ଷା କେନ୍ଦ୍ର ରାଜଧାନୀ କଲେଜ ପରୀକ୍ଷା କେନ୍ଦ୍ର ଅଧୀନରେ ରହିବ। ଉପ ପରୀକ୍ଷା କେନ୍ଦ୍ରକୁ ସେଠାରୁ ପ୍ରଶ୍ନପତ୍ର, ଉତ୍ତର ଖାତା ପଠାଯିବ। କଡ଼ା ସୁରକ୍ଷା ମଧ୍ୟରେ କିଭଳି ପରୀକ୍ଷା ହେବ ସେଥିପାଇଁ ପୁଲିସର ସହାୟତା ନେବାକୁ ବି ବୈଠକରେ ନିଷ୍ପତ୍ତି ହୋଇଛି।
Follow Us