ମାଛ ଉତ୍ପାଦନରେ ୧ ନମ୍ବର ରାଜ୍ୟ ହେବା ପାଇଁ ମିସନ ମୋଡ୍‌ରେ କାର୍ଯ୍ୟ କର : ମୁଖ୍ୟମନ୍ତ୍ରୀ

Advertisment

ମତ୍ସ୍ୟ ଓ ପଶୁସଂପଦ ବିଭାଗରେ ଯୋଗଦେଲେ ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ

ମତ୍ସ୍ୟ ଓ ପଶୁସଂପଦ ବିଭାଗରେ ଯୋଗଦେଲେ ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ

ମାଛ ଉତ୍ପାଦନରେ ୧ ନମ୍ବର ରାଜ୍ୟ ହେବା ପାଇଁ ମିସନ ମୋଡ୍‌ରେ କାର୍ଯ୍ୟ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ମତ୍ସ୍ୟ ଓ ପଶୁସଂପଦ ବିଭାଗରେ ୧୧୫ଜଣ ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀ ଯୋଗ ଦେଇଛନ୍ତି। ଏଥିପାଇଁ ବୁଧବାର ଦିନ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ‌ କକ୍ଷରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ନିଜ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଲୋକମାନଙ୍କୁ ମାଛ ଚାଷ ପାଇଁ ପ୍ରୋତ୍ସାହିତ କରିବା ଲାଗି ସହକାରୀ ମତ୍ସ୍ୟ ଅଧିକାରୀମାନେ ଫାସିଲିଟେଟର(ସୁବିଧା ପ୍ରଦାନକାରୀ) କାର୍ଯ୍ୟ କରନ୍ତୁ। ମାଛ ଉତ୍ପାଦନରେ ଓଡ଼ିଶା ଏବେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି। ଓଡ଼ିଶା ମାଛ ଉତ୍ପାଦନରେ ୧ ନମ୍ବର ରାଜ୍ୟରେ ପରିଣତ କରିବା ଲାଗି ମିସନ୍ ମୋଡ‌ରେ କାର୍ଯ୍ୟ କରିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ସାମାଜିକ-ଅର୍ଥନୈତିକ ଜୀବନରେ ପରିବର୍ତ୍ତନ ଆଣିବାରେ ମତ୍ସ୍ୟପାଳନ ଏକ ଅଗ୍ରଣୀ କ୍ଷେତ୍ର। ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ମତ୍ସ୍ୟସଂପଦ କ୍ଷେତ୍ର‌ରେ ଯଥେଷ୍ଟ ଅଭିବୃଦ୍ଧି ହୋଇଛି। ମାଛ ଉତ୍ପାଦନ ୪ଗୁଣ ବୃଦ୍ଧି ପାଇବା ସହିତ ଗତ ଆର୍ଥିକ ବର୍ଷରେ ଏହା ୧୦ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଏହି ସମୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ରାଜ୍ୟରେ ୧୨ଗୁଣା ବୃଦ୍ଧି ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, କୃଷକଙ୍କ ଆୟକୁ ବହୁଗୁଣିତ କରିବାକୁ ହେଲେ ମତ୍ସ୍ୟ କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ନୂତନ ଅଧିକାରୀଙ୍କ ଯୋଗଦାନ ବିଭାଗକୁ ଅଧିକ ସକ୍ରିୟ କରିବ। ରାଜ୍ୟ ମୁଖ୍ୟ ଶାସନ ସଚିବ ପି.କେ ଜେନା କହିଥିଲେ, ମତ୍ସ୍ୟ କ୍ଷେତ୍ର ରାଜ୍ୟର ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆରିପାରିବ। ବିଶେଷକରି କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ପାଇଁ ଏ କ୍ଷେତ୍ରରେ ଯଥେଷ୍ଟ ସୁଯୋଗ ରହିଛି। ମାଛ ଚାଷ କରିବା ପାଇଁ ମହିଳା ସ୍ବୟଂ ସହାୟକଙ୍କୁ ଉତ୍ସାହିତ କରିବାରେ ନବନିଯୁକ୍ତ ଅଧିକାରୀ ଚେଷ୍ଟା କରନ୍ତୁ ବୋଲି ସେ କହିଥିଲେ।

୫-ଟି ସଚିବ ଭି.କେ ପାଣ୍ଡିଆନ୍ ନବନିଯୁକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିବା ବେଳେ ନିର୍ଦେଶକ ସ୍ମୃତିରଂଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖ ଯେ ୨୦୦୦-୦୧ ମସିହାରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୭୯ କୋଟି ଥିବା ବେଳେ ୨୦୨୧-୨୨ରେ ଏହା ୪୫୨୬କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe