ସମ୍ବଲପୁର: ରାଜ୍ୟର ଧାନ ସଂଗ୍ରହରେ ମିଲର୍ସରାଜ। ମଣ୍ଡିରୁ ଉଠିଲା, ମିଲ୍କୁ ଗଲା। ତଥାପି ଝୁଲି ରହିଛି ୧ ଲକ୍ଷ ୧୭ ହଜାର ୩୭୭ ମେଟ୍ରିକ୍ ଟନ୍ ଧାନ। ମିଲ୍ ମାଲିକମାନଙ୍କ ପକ୍ଷରୁ ଏସି ନୋଟ୍ ଗ୍ରହଣ କରିନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ଧାନବିକ୍ରି ପରେ ମଧ୍ୟ ଚାଷୀଙ୍କ ପ୍ରାପ୍ୟ ପାଇବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆହୁରି ମଧ୍ୟ ବିକ୍ରି ହୋଇ ସାରିଥିବା ୫,୧୬୨ ମେଟ୍ରିକ୍ ଟନ୍ ଧାନ ରାଜ୍ୟର ବିଭିନ୍ନ ମଣ୍ଡିରେ ପଡ଼ିରହିଛି, ଯାହାକି ମିଲର୍ସ ଉଠାଇ ନାହାନ୍ତି। ଯେଉଁଥିରୁ କେବଳ ୩,୨୩୭ ମେଟ୍ରିକ ଟନ ସମ୍ବଲପୁର ଜିଲ୍ଲାର ମଣ୍ଡି ଗୁଡ଼ିକରେ ପଡ଼ିଥିବା କହିଛି ରାଜ୍ୟ ଯୋଗାଣ ନିଗମ।
ନଭେମ୍ବର ୨୮ ତାରିଖରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବା ସହିତ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଡିସେମ୍ବର ୨୫ ତାରିଖ ସୁଦ୍ଧା ୧୨ ଜିଲ୍ଲାରେ ମଣ୍ଡିକୁ ଆସିଥିବା ସମୁଦାୟ ୫.୬୫ ଲକ୍ଷ ମେଟ୍ରିକ ଟନ୍ରୁ ୫.୬୩ ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ ହୋଇସାରିଛି।
Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ
ଏଥିରେ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧.୯୫ ଲକ୍ଷ ମେଟ୍ରିକ ଟନ୍, ସମ୍ବଲପୁରରେ ୧.୪୪ ଲକ୍ଷ ମେଟ୍ରିକ ଟନ୍, କଳାହାଣ୍ଡିରୁ ୧.୦୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗୃହୀତ ହୋଇଛି। ମିଲର୍ସଙ୍କ ଦ୍ବାରା ଏସି ନୋଟ୍ ଗ୍ରହଣ କରାନଯିବା କିମ୍ବା ଏହାକୁ ବିଳମ୍ବିତ କରାଯିବା ଯୋଗୁଁ ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ ହେଉଛି। ଏଥିରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୩୦ ହଜାର ୧୧୩ ମେଟ୍ରିକ ଟନ୍, ସମ୍ବଲପୁରରେ ୨୪ ହଜାର ୪୪୮ ମେଟ୍ରିକ ଟନ୍, କଳାହାଣ୍ଡିରେ ୨୫ ହଜାର ୫୮୧ ମେଟ୍ରିକ ଟନ୍, ନୂଆପଡ଼ାରେ ୧୪ ହଜାର ୩୫୦ ମେଟ୍ରିକ ଟନ୍ ଧାନର ଏସି ନୋଟ୍ ମିଲର୍ସଙ୍କ ଦ୍ବାରା ଗ୍ରହଣ କରାଯାଇ ନାହିଁ। ବଲାଙ୍ଗୀର, ବୌଦ୍ଧ ଜିଲ୍ଲାରେ ବିକଟ ସ୍ଥିତି ରହିଛି।
Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...
ବଲାଙ୍ଗୀରରେ ସଂଗୃହୀତ ୩୬ ହଜାର ୨୮୨ ମେଟ୍ରିକ ଟନ୍ ଧାନରୁ ୧୨ ହଜାର ୩୦୬ ମେଟ୍ରିକ ଟନ୍, ବୌଦ୍ଧ ଜିଲ୍ଲାରେ ସଂଗୃହୀତ ୧୬୬୨ ମେଟ୍ରିକ ଟନ୍ରୁ ୧୧୨୫ ମେଟ୍ରିକ ଟନ୍, ଝାରସୁଗୁଡ଼ା ଜିଲ୍ଲାରେ ୨୦୪୫ ମେଟ୍ରିକ ଟନ୍ରୁ ୧୨୩୯ ମେଟ୍ରିକ ଟନ୍, କୋରାପୁଟରେ ୫୭ରୁ ୩୧ ମେଟ୍ରିକ ଟନ୍, ନବରଙ୍ଗପୁରରେ ୩୩୨ରୁ ୧୦୨ ମେଟ୍ରିକ ଟନ୍, ସୁନ୍ଦରଗଡ଼ରେ ୮୬୩ରୁ ୬୭୪ ମେଟ୍ରିକ୍ ଟନ୍, ସୁବର୍ଣ୍ଣପୁର ଜିଲ୍ଲାରେ ୧୩ ହଜାର ୭୫୯ ମେଟ୍ରିକ ଟନ୍ରୁ ୭,୪୦୮ ମେଟ୍ରିକ ଟନ୍ ଧାନର ଏସି ନୋଟ୍ ମିଲମାଲିକମାନେ ଗ୍ରହଣ କରିନାହାନ୍ତି। ଏଥିଯୋଗୁଁ ରାଜ୍ୟ ସରକାର ଏବଂ ଯୋଗାଣ ନିଗମକୁ ଆକ୍ରୋଶର ଶିକାର ହେବାକୁ ପଡ଼ିବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଚାଷୀଙ୍କ ଅଭିଯୋଗ ଅନୁସାରେ, ମିଲରମାନେ ଏସି ନୋଟ୍ ବିଳମ୍ବିତ କରିବା ଯୋଗୁଁ କଟନିଛଟନିକୁ ପ୍ରୋତ୍ସାହନ ମିଳୁଛି। ରାଜ୍ୟରେ ସବୁଠି କ୍ବିଣ୍ଟାଲ୍ ପିଛା ସର୍ବନିମ୍ନ ୩ରୁ ୧୦ କେଜି ପର୍ଯ୍ୟନ୍ତ କଟନିଛଟନି ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/01/paddy-puchase-statrs-at-sambalpur-2025-12-01-11-48-18.png)