ବୁଥ୍‌ ଜବରଦଖଲ ମାମଲାରେ ୧୨ ଗିରଫ

ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ବିଂଝାରପୁର: ଗତ ପଞ୍ଚାୟତ ନିର୍ବାଚନରେ ବୁଥ୍ ଜବରଦଖଲ ଓ ପୁଲିସକୁ ଆକ୍ରମଣ ଘଟଣାରେ ବିଂଝାରପୁର ପୁଲିସ ଜଣେ ମହିଳାଙ୍କ ସମେତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଂଝାରପୁର ଥାନା ଜରୀ ପଞ୍ଚାୟତ ଜରୀ ଜଗନ୍ନାଥପୁର ୟୁପି ସ୍କୁଲର ୧୩ ଓ ୧୪ ନମ୍ଵର ବୁଥ୍‌ରେ କିଛିଲୋକ ରାଗିଂ କରୁଥିବା ଖବରପାଇ ବରୀ ତହସିଲଦାର ଓ ପୁଲିସ ଦଳ ପହଞ୍ଚିଥିଲେ।

ଉତ୍ତ୍ୟକ୍ତ ଲୋକ ତହସିଲଦାର ଓ ପୁଲିସକୁ ଆକ୍ରମଣ କରିଥିଲେ। ତହସିଦାର ଓ ପୁଲିସକୁ ଆକ୍ରମଣ ଏବଂ ବୁଥ୍ ରାଗିଂ ଅଭିଯୋଗରେ ବିଂଝାରପୁର ପୁଲିସ ଗ୍ରାମର ୨୧ ଜଣଙ୍କ ନାମରେ ୧୨୭/୨୨ ଓ ୧୫୫/୨୨ରେ ପୃଥକପୃଥକ ମାମଲା ରୁଜୁକରିଥିଲା। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏବେ ସେମାନେ ଗାଁକୁ ଫେରିଥିବା ଖବରପାଇ ବିଂଝାରପୁର ପୁଲିସ ଶୁକ୍ରବାର ବିଳମ୍ଵିତ ରାତିରେ ଜରୀ ଗ୍ରାମରେ ଚଢ଼ଉ କରି ଗ୍ରାମର ସଂଯୁକ୍ତା ମଳିକ, ଜଗବନ୍ଧୁ ମଳିକ, ବିଷ୍ଣୁ ମଳିକ, ରମାକାନ୍ତ ମଳିକ, ପ୍ରଶାନ୍ତ ମଳିକ, ସନ୍ତୋଷ ମଳିକ, ମନୋଜ ମଳିକ, ଅମିତ ମଳିକ, ସଂଜୟ ମଳିକ, ବିଭୂତି ମଳିକ ଓ ରମେଶ ଯେନାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ରଂଜିତ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe