୧୨ ଏଏସ୍‌ପି ଓ ୪୫ ଡିଏସ୍‌ପିଙ୍କ ବଦଳି

Advertisment
୧୨ ଏଏସ୍‌ପି ଓ ୪୫ ଡିଏସ୍‌ପିଙ୍କ ବଦଳି

କଟକ: ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ୧୨ ଜଣ ଏଏସ୍‌ପି ଓ ୪୫ ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ୨ ଜଣ ଡିଏସ୍‌ପିଙ୍କୁ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି ଦେଇ ବଦଳି କରାଯାଇଥିବା ବେଳେ ଅନ୍ୟ ୧୦ ଏଏସ୍‌ପିଙ୍କ ବଦଳି କରାଯାଇଛି। ଏଏସ୍‌ପିକୁ ପଦୋନ୍ନତି ପାଇଥିବା କନ୍ଦର୍ପ ବେହେରାଙ୍କୁ ବ୍ରହ୍ମପୁର ଡିଆଇଜିଙ୍କ କାର୍ଯ୍ୟାଳୟ, ଓ ଶାନ୍ତନୁ କୁମାର ପାଢ଼ୀଙ୍କୁ ଭିଜିଲାନ୍ସ କାର୍ଯ୍ୟଳୟକୁ ବଦଳି କରାଯାଇଛି। ସେହିଭଳି ଏଏସ୍‌ପି ତୁଷାର କାନ୍ତ ଜେନାଙ୍କୁ ବାଲେଶ୍ୱର, ସୁଭାଷ ଚନ୍ଦ୍ର ଜାମ୍‌ଦାରଙ୍କୁ ବଲାଙ୍ଗିର, ଅକ୍ଷୟ କୁମାର ଦାସଙ୍କୁ ଯାଜପୁର, ରବିନ୍ଦ୍ର କୁମାର ସୁଆରଙ୍କୁ ଏଆଇଜି ଅଫ ପୁଲିସ ମେରାଇନ୍‌(ଉପକୂଳ ସୁରକ୍ଷା) ଭୁବନେଶ୍ୱର, ପ୍ରମୋଦ କୁମାର ପଟେଲ୍‌ଙ୍କୁ ଝାରସୁଗୁଡ଼ା, ଶଶୀଭୂଷଣ ଶତପଥୀଙ୍କୁ ଭୁବନେଶ୍ୱର କମିସନରେଟ୍‌ ପୁଲିସ, ଦିଲ୍ଲୀପ କୁମାର ସାହାଣିଙ୍କୁ ନୟାଗ଼ଡ଼, ପ୍ରଭାତ କୁମାର ପ୍ରଧାନଙ୍କୁ ଗୁଇନ୍ଦା ବିଭାଗ, ଗୋପାଳ କୃଷ୍ଣ ପଟ୍ଟନାୟକଙ୍କୁ ଭିଜିଲାନ୍ସ ବିଭାଗ ଓ ରମେଶ କୁମାର ପାଣିଗ୍ରାହୀଙ୍କୁ ସୋନ୍‌ପୁରକୁ ବଦଳି କରାଯାଇଛି। ଡିଏସ୍‌ପି ଚିନ୍ମୟ କୁମାର ନାୟକଙ୍କୁ ନବରଙ୍ଗପୁର, ବେବିତା ମଞ୍ଜରୀ ନାୟକଙ୍କୁ ନୂଆପଡ଼ା, ଚନ୍ଦ୍ର ଶେଖର ହୋତାଙ୍କୁ କଳାହାଣ୍ଡି, ସସ୍ମିତା ସାହୁଙ୍କୁ ପୁରୀ, ଆଶୀର୍ବାଦ ପରିଡ଼ାଙ୍କୁ କନ୍ଧମାଳ, ମାନସ ରଞ୍ଜନ ବାରିକଙ୍କୁ ମାଲ୍‌କାନଗିରି, ମିତାଲି ପାତ୍ରଙ୍କୁ ରାଉରକେଲା, ଗୌତମ କିଶନ୍‌ଙ୍କୁ ବଲାଙ୍ଗିର, ତପନ କୁମାର ମହାନନ୍ଦଙ୍କୁ ରାୟଗଡ଼ା, ଗୁଣନିଧି ମଲ୍ଲିକଙ୍କୁ କୋରାପୁଟ, ନିବେଦିତା ସୋରେନ୍‌ଙ୍କୁ ବରଗଡ଼, ଟି.ଜଗାରାଓ ରେଡ୍ଡିଙ୍କୁ ସୁନ୍ଦରଗଡ଼, ବଳଭଦ୍ର ଦୀପ୍‌ଙ୍କୁ ସୁନ୍ଦରଗଡ଼, ଅବଦୁଲ୍‌ କରିମ୍‌ଙ୍କୁ ଢେଙ୍କାନାଳ ସଦର, ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଢେଙ୍କାନାଳ ପିସିଆର୍‌ ସେଲ୍‌, ପ୍ରଦୀପ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ବିଭାଗ, ସୀତିକାନ୍ତ କାନୁନ୍‌ଗୋଙ୍କୁ ଗୁଇନ୍ଦା ବିଭାଗ, ଇତି ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ, ପ୍ରଦୀପ କୁମାର ଦାସଙ୍କୁ ଗୁଇନ୍ଦା ବିଭାଗ, ରାଜେନ୍ଦ୍ର କୁମାର ସେନାପତିଙ୍କୁ କମିସନରେଟ୍‌ ପୁଲିସ, ଅଶୋକ କୁମାର ବେହେରାଙ୍କୁ ପୁରୀ, ମହେଶ୍ୱର ସେଠୀଙ୍କୁ ଆନନ୍ଦପୁର, ଇତିକାନ୍ତ ମହାପାତ୍ରଙ୍କୁ ପିସିଆର୍‌ ସେଲ୍‌ କଟକ, ଅନନ୍ତ ନାରାୟଣ ମହାନ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ, ମହେନ୍ଦ୍ର କୁମାର ନାୟକଙ୍କୁ ଗୁଇନ୍ଦା ବିଭାଗ, ସୁରେନ୍ଦ୍ର ମାଝିଙ୍କୁ କଟକ ରେଳବାଇ ପୁଲିସ, ରୋହିତ୍‌ କୁମାର ଥାଇଟ୍‌ଙ୍କୁ ଝାରସୁଗୁଡ଼ା, ନାଗାର୍ଜୁନ ପ୍ରଧାନଙ୍କୁ ଭିଜିଲାନ୍ସ ବିଭାଗ, କେଶବ ଚନ୍ଦ୍ର ବେହେରାଙ୍କୁ ଝାରସୁଗୁଡ଼ା, ଦେବେନ୍ଦ୍ର କୁମାର ଦାସଙ୍କୁ ପୁରୀ ପିସିଆର୍‌ ସେଲ୍‌, ଅବନି କୁମାର ମହାନ୍ତିଙ୍କୁ ଯାଜପୁର, ମାଧୁରୀ ସାମଲଙ୍କୁ କଟକ ପୁଲିସ ମୁଖ୍ୟାଳୟ, ଅମରେନ୍ଦ୍ର ପଣ୍ଡାଙ୍କୁ କମିସନରେଟ୍‌ ପୁଲିସ, ଗଙ୍ଗାଧର ଦଳାଇଙ୍କୁ ଗୁଇନ୍ଦା ବିଭାଗ, ସବିତା ମାଝିଙ୍କୁ ମୟୁରଭଞ୍ଜ, ସୁଜାତା ପଣ୍ଡାଙ୍କୁ ସମ୍ବଲପୁର, ଗୋବିନ୍ଦ ଚନ୍ଦ୍ର ବୁରୁଦଙ୍କୁ ରାୟଗଡ଼ା, ସଂଗ୍ରାମ ଟୁଡ଼ୁଙ୍କୁ ଯାଜପୁର, ଏମ୍‌.ଶଙ୍କର୍ଷଣ ଦୋରାଙ୍କୁ ବୌଦ୍ଧ, ରାମ କ୍ରିଷ୍ଣ ପାଢ଼ୀଙ୍କୁ ଗୁଇନ୍ଦା ବିଭାଗ, ରମାକାନ୍ତ ସାହୁଙ୍କୁ ରାଉରକେଲା, ହେମସାଗର ନନ୍ଦଙ୍କୁ ସୋନପୁର, ସତୀଶ ପ୍ରସାଦ ପାଢ଼ୀଙ୍କୁ ଖୋର୍ଧା, ପ୍ରମୋଦ କୁମାର ବାଗ୍‌ଙ୍କୁ ଭିଜିଲାନ୍ସ ବିଭାଗ, ସୟଦ ମୁଜିବୁର ରହମାନଙ୍କୁ ସୋନପୁର ଜିଲ୍ଲାକୁ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe