ଦୁଇ ଫାଇନାନ୍ସ କମ୍ପାନିର ୧୨ଟି ବାଇକକୁ ଜାଳି ଦେଲେ ଦୁର୍ବୁତ୍ତ

Advertisment
ଦୁଇ ଫାଇନାନ୍ସ କମ୍ପାନିର ୧୨ଟି ବାଇକକୁ ଜାଳି ଦେଲେ ଦୁର୍ବୁତ୍ତ

ରାୟଗଡା: ଗତକାଲି ବିଳମ୍ବିତ ରାତିରେ କାଶୀପୁର ବ୍ଲକ ଟିକିରିସ୍ଥିତ ଦୁଇଟି ଫାଇନାନ୍ସ କମ୍ପାନି କର୍ମଚାରୀଙ୍କ ୧୨ଟି ବାଇକକୁ କୌଣସି ଦୁର୍ବୃତ୍ତ ପୋଡ଼ିନଷ୍ଟ କରି ଥିବାର ଜଣାଯାଇଛି। ଟିକିରିସ୍ଥିତ ପତି କମ୍ପ୍ଲେକ୍ସ ନିକଟରେ ସ୍ପନ୍ଦନ ଏବଂ ଫିଉଜନ ଫାଇନାନ୍ସ କମ୍ପାନି ରଦୁଇଟି ପୃଥକ ଅଫିସ ରହିଛି। ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଗ୍ରୁପ କୁଲୋନ ଦିଆ ନିଆ କରିଥାନ୍ତି। ଗତକାଲି ରାତିରେ କର୍ମଚାରୀମାନେ ଫିଲଡ଼ରୁ ଫେରି ଖାଇ ସାରିବା ପରେ ଅଫିସ ନିକଟରେ ଥିବା ରୁମରେ ଶୋଇଯାଇଥିଲେ। ବିଳମ୍ବିତ ରାତିପ୍ରାୟ ସାଢ଼େ ଦୁଇଟା ସମୟରେ ତଳ ମହଲାରେ ଶୋଇ ଥିବା ମନୁ ନାୟକ ଜଣେ କର୍ମଚାରୀଙ୍କ ନିଆଁର ଧାସ, ଧୂଆଁରେ ନିଦ ଭାଙ୍ଗିଥିଲା। ସେ ଅସ୍ତବ୍ୟସ୍ତ ହୋଇ ସାଥି ମାନଙ୍କୁ ନିଦରୁ ଉଠାଇ ଥିଲେ। ହେଲେ କବାଟର ବାହାର ପଟୁ ଗେଡା ପଡି ଥିବାରୁ ପଦାକୁ ବାହାରି ନ ପାରି ଡକା ପକାଇ ଥିଲେ। ପାଟି ଶୁଣି ଉପର ମହଲା ରହୁ ଥିବା କର୍ମଚାରୀମାନେ ବାହାରି ଆସି ତଳ ମହଲାରେ ଥିବା ପାଞ୍ଚ ଜଣ ସାଥିଙ୍କୁ ଉଦ୍ଧାର କରିବା ସହ ଘର ବାରଣ୍ଡାରେ ଥିବା ବାଇକରେ ନିଆଁ ଲାଗି ଜଳୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେସୂଚନା ପାଇ କାଶୀପୁରବ୍ଲକ ସଦର ଏବଂ ଉତ୍କଳ ଆଲୁମିନାଠାରୁ ଦମକଳଗାଡ଼ି ପହଞ୍ଚିଥିଲା ବେଳକୁ ବାଇକ ପୋଡ଼ି ପାଉଁଶ ହୋଇ ଯାଇଥିଲା । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।କୌଣସି ଦୁର୍ବୁତ୍ତ ଫାଟକ ଡେଇଁ ଘର ବାରଣ୍ଡାରେ ଥିବା ବାଇକଗୁଡିକ ରେ ନିଆଁ ଲଗାଇ ଥିବାର ସନ୍ଦେହ କରାଯାଉଛି। ଫାଇନାନ୍ସ କମ୍ପାନିର ଶାଖା ପରିଚାଳକ ବିକ୍ରମ ପୁରୋହିତ ଆଜି ସକାଳେ ଟିକିରି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ପଡିଶା ଘରେ ଲାଗିଥିବା ସିସି କ୍ୟାମେରା ର ଫୁଟେଜ କୁ ଯାଞ୍ଚ କରୁଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe