ରେଳ ୱାଗନ୍‌ରୁ ୧୨ ବୋମା ଜବତ

Advertisment

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ୍‌ର ଏକ ୱାଗନ୍‌ରୁ ରବିବାର ୧୨ଟି ଅଫୁଟା ବୋମା ଜବତ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳ ଷ୍ଟେସନ୍‌ରେ...

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ୍‌ର ଏକ ୱାଗନ୍‌ରୁ ରବିବାର ୧୨ଟି ଅଫୁଟା ବୋମା ଜବତ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳ ଷ୍ଟେସନ୍‌ରେ...

gjgdcv

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ୍‌ର ଏକ ୱାଗନ୍‌ରୁ ରବିବାର ୧୨ଟି ଅଫୁଟା ବୋମା ଜବତ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳ ଷ୍ଟେସନ୍‌ରେ ପ୍ରତିଦିନ ଆସୁଥିବା ରେଳ ୱାଗନ୍ ଯାଞ୍ଚ ହୁଏ। ରବିବାର ଏକ ଟ୍ରେନ୍‌ କଣ୍ଟାବାଞ୍ଜି ଷ୍ଟେସନ୍‌କୁ ଆସିଥିବାବେଳେ ଗୋଟିଏ ୱାଗନ୍‌ରେ ୧୨ଟି ବୋମା ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏହାକୁ ଜବତ କରାଯାଇ କେଉଁଠୁ ଆସିଲା ଏବଂ କାହାର ସେ ନେଇ ତଦନ୍ତ କରାଯାଉଛି। ତେବେ ରେଳ ୱାଗନ୍ ଭିତରକୁ ବୋମା କେମିତି ଆସିଲା ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ୍ ମ୍ୟାନେଜରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କୁ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି। ଯାହାର ବୋମା ଥିଲା ତାଙ୍କୁ ଫେରାଇ ଦିଆଯାଇଛି ବୋଲି ସେ କହିଛନ୍ତି। 

ଏହି ବୋମା ୧୫୫ ଏମ୍‌ଏମ୍‌ ବିଶିଷ୍ଟ ଏବଂ ଏହା ତୋପ (ଟ୍ୟାଙ୍କ)ରେ ଭାରତୀୟ ସେନା ଦ୍ବାରା ବ୍ୟବହାର କରାଯାଏ। ତେବେ ଏଭଳି ବିଧ୍ବଂସୀ ବୋମା ସୁରକ୍ଷାବିହୀନ ଅବସ୍ଥାରେ ରେଳ ୱାଗନ୍‌କୁ ଆସିଲା କେମିତି? ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୋମାଗୁଡ଼ିକ ସଇନ୍ତଳା ବଡ଼ମାଳ ଗୋଳାବାରୁଦ କାରଖାନାର। ବଡ଼ମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ଟ୍ରେନ୍‌ ୱାଗନ୍‌ରୁ ଜୀବନ୍ତ ବୋମା ମିଳିବାକୁ ନେଇ ଏକପ୍ରକାର ଭୟର ବାତାବରଣ ଦେଖାଦେଇଛି। ବୋମା ଜବତ ପରେ ଏକ ବଡ଼ ଅଘଟଣାରୁ ମଧ୍ୟ ରକ୍ଷା ମିଳିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe