ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ, ୧୨ ଜଣଙ୍କୁ ଉଦ୍ଧାର କଲା ଚାଇଲଡ୍ ଲାଇନ୍ 

Advertisment
ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ, ୧୨ ଜଣଙ୍କୁ ଉଦ୍ଧାର କଲା ଚାଇଲଡ୍ ଲାଇନ୍ 

ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଅକ୍ସିଜେନ୍ ପ୍ଲାଣ୍ଟ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ୧୨ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଚାଇଲଡ୍ ଲାଇନ୍-ଶ୍ରମ ବିଭାଗ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପରେ କୋଭିଡ୍ ସ୍ବାବ ଟେଷ୍ଟ କରାଯାଇ ସ୍ନେହା ସ୍ବଧାର ଗୃହରେ ରଖାଯାଇଛି। ଆସନ୍ତାକାଲି ଶିଶୁ ମଙ୍ଗଳ କମିଟି ନିକଟରେ ହାଜର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ଶ୍ରମିକଙ୍କ ଘର ରାୟଗଡ଼ା ବ୍ଲକର ଖମ୍ବେସୁ, ନିଶିଖାଲ ଓ ଲାଡ୍ଡା ଗ୍ରାମରେ।

ଶ୍ରମ ବିଭାଗ ଓ ଚାଇଲଡ୍ ଲାଇନ୍ ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିବା ଶିଶୁ ଶ୍ରମିକଙ୍କୁ ଚିହ୍ନଟ ପାଇଁ ଡ୍ରାଇଭ୍ ଆରମ୍ଭ ହୋଇଥିଲା। କୌଣସି ସୂତ୍ରରୁ ଅଧିକାରୀମାନେ ଶିଶୁ ଶ୍ରମିକ ଅକ୍ସିଜେନ୍ ପ୍ଲାଣ୍ଟ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବା ଖବର ପାଇବା ପରେ ରାୟଗଡ଼ା ପୁଲିସ୍ ସହ ମେଡ଼ିକାଲରେ ପହଞ୍ଚିଥିଲେ। ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ୧୭ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୨ ଜଣ ନାବାଳିକା ଥିବା ଜଣା ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe