ଭୀମ୍‌ସାର୍‌ରେ ୩ ଗ୍ୟାଙ୍ଗଟକ ଫେରନ୍ତାଙ୍କ ସମେତ ୧୨ ଆକ୍ରାନ୍ତ

Advertisment
ପରିତ୍ୟକ୍ତ ନଳକୂଅ ଭିତରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର

www.vimsar.ac.in

ବୁର୍ଲା: ବୁର୍ଲା ଭୀମସାରରେ ବିଭିନ୍ନ ବିଭାଗର ୭ ଜଣ ବରିଷ୍ଠ ଡାକ୍ତର ଓ ୫ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଚିହ୍ନଟ ବିଦ୍ୟାର୍ଥୀଙ୍କ ମଧ୍ୟରେ ୩ ଜଣ ଗ୍ୟାଙ୍ଗଟକ୍ ଫେରନ୍ତା ଛାତ୍ରୀ ଅଛନ୍ତି ବୋଲି ଜଣାପଡ଼ିଛି।

ତେବେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦେହରେ କରୋନାର ଲକ୍ଷଣ ଥିବାରୁ ସେମାନଙ୍କୁ କୋଭିଡ ହସ୍ପିଟାଲ-୨ରେ ଭର୍ତ୍ତି କରା ଯାଇଛି। ଅନ୍ୟପକ୍ଷରେ ଡାକ୍ତରମାନେ ଗୃହ ସଂଗରୋଧରେ ରହୁଛନ୍ତି ବୋଲି ସୂଚନା ମିଳିଛି। ଡାକ୍ତରଖାନାରେ ଯେଉଁ ଭଳି ଭାବରେ ସଂକ୍ରମଣ ବ୍ୟାପିବାରେ ଲାଗିଛି, ସଂକ୍ରମଣ ଶୃଂଖଳକୁ ପ୍ରତିହତ କରାନଗଲେ ଅଗାମୀ ଦିନରେ ରୋଗୀ ସେବା ଠପ୍‌ ହୋଇଯିବ ବୋଲି ଆଶଂକା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe