ଚାଞ୍ଚଲ୍ୟ: କଟକରେ ଫାଇନାନ୍ସ କମ୍ପାନିରୁ ୧୨କୋଟି ଟଙ୍କାର ସଶସ୍ତ୍ର ଡକାୟତି

Advertisment
ଆଇଆଇଏଫଏଲ୍‌ ଲୁଟ୍‌ ଓ ଜାଲିଆତି ଘଟଣା: ଶାଖା ପ୍ରବନ୍ଧକ ସତ୍ୟମ ପ୍ରଧାନ ଗିରଫ

image source-justdial

କଟକ: କଟକରେ ଏକ ଫାଇନାନ୍ସ କମ୍ପାନିରୁ ବଡ଼ ଧରଣର ଡକାୟତି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକର ଜନଗହଳିପୂର୍ଣ୍ଣ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ୧୨କୋଟି ଟଙ୍କା ଡକାୟତି ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ ଭିତରକୁ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି ୧୨କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ବହୁ ପରିମାଣର ସୁନାଗହଣା ମଧ୍ୟ ଲୁଟ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ କଟକ ନୟାସଡ଼କ ସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର (ଆଇଆଇଏଫ୍‌ଏଲ୍)କୁ ଚାରି ଯୁବକ(ୟାମ୍ହା ଏଫ୍‌ ଜେଡ଼୍‌ ଓ ବଜାଜ ପଲ୍ସର) ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟିର ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଲାଲବାଗ ଥାନା ପୁଲସି ପହଞ୍ଚି ତଦନ୍ତ ଆରମ୍ଭ କରିଥିବା‌ବେଳେ ସିସିଟିଭି ଫୁଟେଜ୍‌ ଜବତ କରିଛି। କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ କରାଯିବ ବୋଲି ସୂଚନା ମିଳିଛି।

ଖବର ପାଇ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ମାମଲାର ଅନୁଧ୍ୟାନ କରିଥିବା ଜଣାଯାଇଛି। । ସିସିଟିଭି ଫୁଟେଜ ଆଧାରରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ପୁଲିସ୍ ପଚରାଉଚୁରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe