ବାଲେଶ୍ୱର: ବାଣ ତିଆରି ବେଳେ ବିସ୍ଫୋରଣ, ଶିଶୁ ସମେତ ୧୨ଜଣଙ୍କ ମୃତ୍ୟୁ

Advertisment
ବାଲେଶ୍ୱର: ବାଣ ତିଆରି ବେଳେ ବିସ୍ଫୋରଣ, ଶିଶୁ ସମେତ ୧୨ଜଣଙ୍କ ମୃତ୍ୟୁ

Photo courtesy: Rozana Spokesman

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାହାବଲପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ହେବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ମିଳିଥିବା ସୂଚନା ଅନୁସାରେ ଗ୍ରାମର ଗୋଲକ ବିହାରୀ ପ୍ରଧାନଙ୍କ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବାଣ କାରଖାନାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ। ପ୍ରସ୍ତୁତି ସମୟରେ ଅସାବଧାନତା ଯୋଗୁଁ ଅପରାହ୍ନ ୪ଟା ବେଳକୁ ବିସ୍ଫୋରଣ ହୋଇଥିଲା। ଫଳରେ କାରଖାନାରୁ ଶ୍ରମିକମାନେ ବାହାରକୁ ବାହାରି ପାରି ନଥିଲେ। କୁହାଯାଉଛି ଯେ, ଜଣେ ୫ବର୍ଷର ଶିଶୁ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କୁ ହସ୍ପିଟାଲ ନିଆଯାଉଛି। ସୂଚନା ମିଳିବା ପରେ ପୁଲିସ ଓ ଦମକଳ  ଘଟଣାସ୍ଥଳରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଥିଲା।

ସୂଚନାଯୋଗ୍ୟ ମଙ୍ଗଳବାର ରାତିରେ ରାଉରକେଲାର ପାଓ୍ଵାର ହାଉସସ୍ଥିତ ବାଣବଜାରରେ ନିଆଁ ଲାଗିଯିବାରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ୪୯ ଲୋକ ଆହତ ହୋଇଥିଲେ। ଏହି ଘଟଣାରେ ୧୮ଟି ବାଇକ ପୋଡ଼ି ଯାଇଥିବା ବେଳେ ପ୍ରାୟ ୨କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବାଣ ଜଳି ପାଉଁଶ ହୋଇ ଯାଇଥିଲା।

ସେହିଭଳି ପୁରୀ ଜିଲ୍ଲା ପିପିଲିରେ ବୁଧବାର ବିସ୍ଫୋରଣ ହେବାରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ୪ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe