ରାଉରକେଲା: ସ୍ଥାନୀୟ ପାୱାରହାଉସ୍ ରୋଡ୍ରେ ଥିବା ଏକ ପରିତ୍ୟକ୍ତ ଅଞ୍ଚଳରୁ ଆଜି ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ସ୍ବୀକୃତିପ୍ରାପ୍ତ ସାପ ଧରାଳି ଅମର ଦାସ ସାପକୁ ସୁରକ୍ଷତିଭାବେ ଉଦ୍ଧାର କରିଥିଲେ। ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ ସାପକୁ ଜଙ୍ଗଲରେ ଛଡ଼ା ଯାଇଛି। ସୂଚନା ଅନୁସାରେ, ପ୍ରାୟ ୨ ବର୍ଷ ହେଲା ଏହି ଅଜଗର ସାପ ପାୱାରହାଉସ୍ ରୋଡ୍ର ଏକ ଖୋଲା ଅଞ୍ଚଳରେ ବୁଲାବୁଲି କରୁଥିଲା। ପୂର୍ବରୁ ଏକାଧିକବାର ସ୍ଥାନୀୟ ଲୋକ ଏହାକୁ ଦେଖିଥିଲେ, କିନ୍ତୁ ଉଦ୍ଧାର କରାଯାଇପାରୁନଥିଲା। ଆଜି ପୂର୍ବାହ୍ନରେ ପାଖ ପଡ଼ିଆ ପାର୍ଶ୍ବରେ ବୁଲୁଥିବାବେଳେ କିଛି ଲୋକ ଦେଖିବାକୁ ପାଇଥିଲେ। ପରେ ଉକ୍ତ ସାପଟି ସେଠାରେ ଛିଡ଼ା ହୋଇଥିବା ଏକ ବୋଲେରୋ ବୋନେଟ୍ ଭିତରକୁ ପଶିଯାଇଥିଲା। ସୂଚନା ପାଇ ଶ୍ରୀ ଦାସ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।
ବୋଲେରୋ ବୋନେଟ୍ରେ ୧୨ ଫୁଟର ଅଜଗର
Advertisment
Follow Us