ଭୁବନେଶ୍ବରରେ ୧୨ ଗ୍ରାମ ବ୍ରାଉନସୁଗାର ସହ ଦେଶୀ ବନ୍ଧୁକ ଜବତ, ବ୍ୟବସାୟୀ ଗିରଫ

Advertisment
୧୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Representational image

ଭୁବନେଶ୍ବର: ବାଲେଶ୍ବର ଭଳି ଭୁବନେଶ୍ୱର ମଧ୍ୟ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି। ନିଶା ବେପାରୀମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି। ଏହି ବେପାରରେ ଯୁବପିଢ଼ି ମଧ୍ୟ ସଂପୃକ୍ତ ରହୁଛନ୍ତି। ବ୍ରାଉନସୁଗାର ବେପାର ଉପରେ ନିୟନ୍ତ୍ରଣ କରିବା ପାଇଁ ଅପରେସନ ହ୍ବାଇଟ୍‌ ସ୍ପାଇଡର ଅଭିଯାନ ଜାରି ରହିଛି। ତଥାପୀ ବ୍ରାଉନ୍‌ସୁଗାରର ଚୋରା କାରବାର ବନ୍ଦ ହେଉନାହିଁ। କମିସନରେଟ ପୁଲିସ ରାଜଧାନୀ ଭୁବନେଶ୍ବରର ଭରତପୁର ଅଞ୍ଚଳରୁ ୧୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏଥି ସହିତ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି।

ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଭରତପୁରସ୍ଥିତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ଅଭିଯୁକ୍ତ ଠାରୁ ୧୨ ଗ୍ରାମ ବ୍ରାଉନସୁଗାର ଓ ଏକ ଦେଶୀ ବନ୍ଧୁକ ଜବତ କରିଥିଲା। ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ବ୍ରାଉନସୁଗାର ଓ ଚୋରା ବନ୍ଧୁକ ଲିଙ୍କ କାମ କରୁଛି। ଏହି କାରବାରରେ ଅନ୍ୟମାନେ ମଧ୍ୟ ସଂପୃକ୍ତ ଅଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ବାଲେଶ୍ବରକୁ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ କୁହାଯାଇଥାଏ। ବାଲେଶ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ରାଉନସୁଗାର ଚାଲାଣ ହୋଇଥାଏ। ଅତୀତରେ ବାଲେଶ୍ବରରୁ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏଥି ସହିତ ବ୍ରାଉନସୁଗାର କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ମଧ୍ୟ ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe