ସଚେତନ ନାଗରିକ ମଞ୍ଚ ଡାକରାରେ ୧୨ ଘଣ୍ଟିଆ ବୁର୍ଲା ବନ୍ଦ

Advertisment
ସଚେତନ ନାଗରିକ ମଞ୍ଚ ଡାକରାରେ ୧୨ ଘଣ୍ଟିଆ ବୁର୍ଲା ବନ୍ଦ

ସମ୍ବଲପୁର: ‘ଭିମ୍‌ସାର୍‌’ ନିର୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ସୋମବାର ଦିନ ‘ବୁର୍ଲା ସଚେତନ ନାଗରିକ ମଞ୍ଚ’ ତରଫରୁ ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆ ଯାଇଥିବାରୁ ବୁର୍ଲା ସହରର ସମସ୍ତ ଦୋକାନ ବନ୍ଦ ରହିଛି। ରାସ୍ତାର ଛକ ଜାଗା ସବୁରେ ବନ୍ଦ ଆହ୍ଵାନକାରୀ ଓ ସମର୍ଥକମାନେ ପୁରୁଣା ଟାୟାର୍‌ ପୋଡ଼ି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବୁର୍ଲା ମେଡିକାଲ ଅଞ୍ଚଳରେ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

publive-image

କଂଗ୍ରେସ ଓ ପିଜେପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଏବେ ବୁର୍ଲା ସହରର ପରିସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି।

ସେହି ସମାନ ଘଟନାର ପ୍ରତିବାଦପୂର୍ବକ ସମ୍ବଲପୁରର ଅଇଁଠାପାଲି ଠାରେ ବିଜେପି ତରଫରୁ ୫୩ ନମ୍ବର ଜାତୀୟ ରାଜପଥ ଓ ୧୦ ନମ୍ବର ରାଜ୍ୟ ରାଜପଥକୁ (ବିଜୁ ଏକ୍‌ସ୍‌ପ୍ରେସ୍‌ େଓ୍ଵ) ଦିନ ୧୦ଟାରୁ ୧୨ଟା ଯାଏ ଦୁଇ ଘଣ୍ଟା ପାଇଁ ଅବରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe