ଭିଏଚ୍‌ପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଡିଗେଶ୍ବର ମୃତ୍ୟୁ ଘଟଣା: ଆନ୍ଦୋଳନକାରୀ-ପୁଲିସ୍‌ ଧସ୍ତାଧସ୍ତି, ଏସ୍‌ଆଇଙ୍କ ସମେତ ୨ ଆହତ

menafn

ସମ୍ବଲପୁର/ଭୁବନେଶ୍ବର: ସମ୍ବଲପୁର ଘଟଣାର ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ଏହି ହରତାଳକୁ ବିଜେପି ସମର୍ଥନ କରିବ ବୋଲି ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ଦ ଡାକରା ଦିଆଯାଇଛି। ବୁଧବାର ଦିନ ଏହି ୧୪ ଜିଲ୍ଲାରେ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ବିଶ୍ବ ହିନ୍ଦୁ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂପାଦକ ଭକ୍ତଚରଣ ସାହୁ ସୂଚନା ଦେଇଛନ୍ତି। ବିଜେପି ସହିତ ବଜରଙ୍ଗ ଦଳ ବି ବନ୍ଦକୁ ସମର୍ଥନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe