୪ ଜିଲ୍ଲାରେ ମାଓବାଦୀଙ୍କ ୧୨ଘଣ୍ଟିଆ ବନ୍ଦ: ଫିରିଙ୍ଗିଆ-ଗୋଛାପଡ଼ା ରାସ୍ତାରେ ମାଓ ପୋଷ୍ଟର୍‌

ଛତିଶଗଡ଼ରେ ସୁରକ୍ଷାବାହିନୀ ସହ ନକ୍ସଲ ମୁହାଁମୁହିଁ; ପୁଲିସର ଗୁଳିରେ ୪ ମାଓବାଦୀ ଆହତ

Telangana Today

ଫୁଲବାଣୀ: କେକେବିଏନ୍‌ ମାଓ ଡିଭିଜନ ପକ୍ଷରୁ ଆଜି ୧୨ଘଣ୍ଟିଆ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ଚାରିଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିଲା। ମାଓ ସଂଗଠନର ଏହି ବନ୍ଦ ସଫଳ ହୋଇ ନଥିଲେ ମଧ୍ୟ ଅନେକ ସ୍ଥାନରେ ମାଓ ପୋଷ୍ଟର୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଥିବା ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

ପୁଲିସ ସୁରକ୍ଷାକୁ ଚାଲେଞ୍ଜ୍‌ ଦେଇ ଆଜି ସକାଳୁ ସକାଳୁ ଫିରିଙ୍ଗିଆ-ଗୋଛାପଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ରାସ୍ତାରେ ଘାଟିସାହି, ମାଝିପଡ଼ା ଓ ଦରଘାବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର୍‌ ପଡ଼ିଥିଲା। ଫଳରେ ଏ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୋଷ୍ଟର୍‌ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ୍‌ ଡିଭିଜନର ସଚିବ ବିଜୟ ବୋଲି ଉଲ୍ଲେଖ ରହିଛି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ମାଓ ସଂଗଠନ ସମର୍ଥନ କରିବା ସହ ପୁଲିସ ଓ ସରକାରଙ୍କ ଦମନମୂଳକ କାର୍ଯ୍ୟକୁ ମାଓ ସଂଗଠନ ନିନ୍ଦା କରିଛି। ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଛି। ସରକାର ଗଞ୍ଜେଇ ଗଛକୁ ଔଷଧୀୟ ବୃକ୍ଷର ତାଲିକାଭୁକ୍ତ କରି ମାନ୍ୟତା ପ୍ରଦାନ କରନ୍ତୁ କିମ୍ବା ଏଠାକାର ଲୋକଙ୍କୁ ବିକଳ୍ପ ଚାଷର ସୁବିଧା ଯୋଗାଇ ଦେବାକୁ ପୋଷ୍ଟର୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe