ପାଇକମାଳ: ପାଇକମାଳ ଅଞ୍ଚଳର ବିଭିନ୍ନ ଦାବିରେ ଶୁକ୍ରବାର ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବ୍ଲକ୍ର ବିଭିନ୍ନ ଉନ୍ନତିମୂଳକ କାମ କରାଯିବା ପାଇଁ ନାଗରିକ କମିଟି ଓ ବଣିକ ସଂଘର ସଭ୍ୟମାନେ ପାଇକମାଳ ମୁଖ୍ୟ ଛକରେ ସମସ୍ତ ଦୋକାନ ବଜାର, ପରେ ପିକେଟିଂ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ବନ୍ଦ କରିଥିଲେ।
କମିଟି ତରଫରୁ ଗୁରୁବାର ବିଇଓ ଚୂଡ଼ାମଣି ବାରିକଙ୍କୁ ଲିଖିତ ଭାବେ ସ୍କୁଲ ବନ୍ଦ ରଖିବାକୁ ଜଣାଇଥିଲେ। କିନ୍ତୁ ଶ୍ରୀ ବାରିକ କୌଣସି ବିଦ୍ୟାଳୟକୁ ଏନେଇ ସୂଚନା ଦେଇନଥିବାରୁ ଦୂର ଦୁରାନ୍ତରରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ହଇରାଣ ହୋଇ ଫେରିଥିଲେ। ପାଇକମାଳକୁ ଏନ୍ଏସି ମାନ୍ୟତା, ପିଏଚ୍ସିକୁ ସିଏଚ୍ସି କରାଯିବା, ୧୩୨/୩୩ କେଭି ଗ୍ରିଡ୍ ସ୍ଥାପନ, ଜେଏମ୍ଏଫ୍ସି କୋର୍ଟ ଶିଘ୍ର ଖୋଲିବା ଏବଂ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ବନ୍ଦ ପାଳିତ ହୋଇଛି। ବିନୋଦ କାଲିଆ, ନିଳମଣି ପଣ୍ତା, ସୁବ୍ରତ ସାହୁ, ସୁଶାନ୍ତ ନାଗ, ଗୋବର୍ଦ୍ଧନ ଅଗ୍ରୱାଲ, ଯୁଗଳ ମେହେର, ନବିନ ଅଗ୍ରୱାଲ, ଆକାଶ ପାଣିଗ୍ରାହୀ, ରୋଶନ ପାଣିଗ୍ରାହୀ ଏହାର ନେତୃତ୍ବ ନେଇଥିଲେ।
Follow Us