ଧାନମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦ; କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

Advertisment
ଧାନମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦ; କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ଼: ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ କରାଯାଇଛି। କଂଗ୍ରେସ ପକ୍ଷରୁ ଦେବଗଡ଼ ବନ୍ଦ ଡାକରାକୁ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସମର୍ଥନ କରାଯାଇଛି। ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଚାଷୀ ସଂଘ ସଦସ୍ୟମାନେ ନୀଲବେଣୀସାହି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ବିରୋଧ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ମୁମ୍ବାଇ କଲିକତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗାଡ଼ି ଚାଳଚଳ ବନ୍ଦ ରହିଛି।

ସେହିପରି ଦୋକାନ ବଜାର ବନ୍ଦ ରହିଛି। ଧାନ କିଣାରେ ଅଵ୍ୟବସ୍ଥାରେ ହେଉଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଫଳରେ ଧାନ କିଣାରେ ଅବ୍ୟବସ୍ଥାର ପ୍ରତିବାଦ କରି ଆଜି ଦେବଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଛି। ଗତ ଡିସେମ୍ବର ମାସ ୧୫ରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୯ହଜାର ୦୭୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ମିଲର୍ସମାନଙ୍କ ମନମାନି ଯୋଗୁଁ ଚାଷମାନଙ୍କ ଠାରୁ କ୍ରୟ କରାଯାଇଥିବା ଧାନ ଠିକ ସମୟରେ ମଣ୍ଡିରୁ ଉଠିନପାରି ମଣ୍ଡିରେ ପଡ଼ିରହୁଛି। ମଣ୍ଡିରୁ ଠିକ ସମୟରେ ଧାନ ଉଠୁନଥିବାରୁ ଚାଷୀମାନେ ଉପଯୁକ୍ତ ସମୟରେ ଧାନ ବିକ୍ରି କରିନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଠିକ ସମୟରେ ଜିଲ୍ଲାର ସମସ୍ତ ପ୍ୟାକ୍ସରେ ଟାର୍ଗେଟ ଠିକ ସମୟରେ ଆସୁନଥିବା ଯୋଗୁଁ ଚାଷୀମାନେ ୨୦ ଦିନ ବିଳମ୍ବରେ ଧାନ ବିକ୍ରି କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଧାନମଣ୍ଡିରେ ମିଲର୍ସମାନେ କଟନିଛଟନି କରୁଥିବାବେଳେ ୨୫ କୁଇଣ୍ଟାଲରୁ ଅଧିକ ଧାନ ଚାଷୀମାନେ ବିକ୍ରି କରୁଥିଲେ ସେମାନଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ ମିଲର୍ସମାନେ ବାଧ୍ୟ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe