ବରପଦା ଇଂଜିନିୟରିଂ କଲେଜରେ ଅନିୟମିତତା ଅଭିଯୋଗ: ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ

Advertisment
ବରପଦା ଇଂଜିନିୟରିଂ କଲେଜରେ ଅନିୟମିତତା ଅଭିଯୋଗ: ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲା ବରପଦା ଇଂଜିନିୟରିଂ କଲେଜରେ ଦୁର୍ନୀତି ଅଭିଯୋଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ ହେଉଛି। ବନ୍ଦକୁ ସମର୍ଥନ କରି ବରପଦା ଛକରେ ଥିବା ଦୋକାନ ବଜାର ବନ୍ଦ ରହିଛି। ଫଳରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଓ ଭଦ୍ରକ- ଆଗରପଡା ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ଏହି ଅନିୟମିତତାରେ ବିଧାୟକ ପ୍ରଫୁଲ ସାମଲଙ୍କ ପରିବାରର ସଂପୃକ୍ତି ଥିବା ସ୍ଥାନୀୟ ଲୋକେ କହିଛନ୍ତି। କଲେଜରେ ପରିଚାଳନା ଦାୟିତ୍ୱରୁ ବିଧାୟକଙ୍କ ପରିବାରକୁ ହଟାଯାଉ। ନଚେତ ସରକାର କଲେଜକୁ ନିଜ ହାତକୁ ନିଅନ୍ତୁ ବୋଲି ଦାବି କରିଛି ବିକାଶ ମଞ୍ଚ। ନିକଟରେ କଲେଜରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ଚଢ଼ଉ କରିଥିଲା। ଅନିୟମିତତା ଅଭିଯୋଗ ପୁରୁଣା। ହେଲେ ଜିଲ୍ଲା ପ୍ରଶାସନ ନିରବ ରହିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବରପଦା ବିକାଶ ମଞ୍ଚ। ଏପରିକି ଯେଉଁମାନେ ଆନ୍ଦୋଳନକୁ ସମର୍ଥନ କରୁଥିଲେ ସେମାନଙ୍କୁ ମିଥ୍ୟା ଅଭିଯୋଗରେ ପୁଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ଆସି ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ଦାବି ହୋଇଛି। ଯଦି ଦାବି ଅନୁଯାୟୀ ସମସ୍ୟାର ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe