ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଭଞ୍ଜନଗର: ଘୁମୁସର ଜିଲ୍ଲା ଗଠନ ଦାବି ନେଇ ଆଜି ଭଞ୍ଜନଗର ବନ୍ଦ ଡ଼ାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି। ଏନେଇ ଆଜି ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ଲୋକଙ୍କୁ ବନ୍ଦକୁ ସଫଳ କରିବାକୁ ଅନୁରୋଧ କରାଯାଇଛି। ଜରୁରୀ ସେବା ପ୍ରଦାନକାରୀ ଯାତାୟାତ ବ୍ୟତୀତ ଏହି ସମୟ ମଧ୍ୟରେ ଗାଡ଼ି ମଟର, ଦୋକାନ ବଜାର, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି।

publive-image

ସହରର ବ୍ୟବସାୟୀମାନେ ସ୍ଵତଃ ବନ୍ଦ କରିଥିବା ଦେଖିବାକୁ ମିଳିଛି। ସହର ସମସ୍ତ ପ୍ରବେଶ ପଥରେ ସଂଗଠନ ପକ୍ଷରୁ ରାସ୍ତା ବନ୍ଦ କରାଯାଇଛି। ଭଞ୍ଜନଗର ଉପଖଣ୍ଡରେ ଜିଲ୍ଲା ପାଇଁ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ତାହା ଆଜି ବଞ୍ଚିତ। ଭଞ୍ଜନଗର ଏକ ବୃହତ ଉପଖଣ୍ଡ ହୋଇଥିବା ବେଳେ ଏହାଠାରୁ କମ୍ ଭୌଗୋଳିକ ଓ ଜନସଂଖ୍ୟା ରହିଥିବା ଅଞ୍ଚଳ ଜିଲ୍ଲା ହୋଇ ସାରିଥିବା ବେଳେ ଘୁମୁସରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।

publive-image

କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ, ଆଇନଜୀବୀ ସନ୍ତୋଷ ତିଆଡି, ଯୁବନେତା ପ୍ରଶାନ୍ତ ବିଶୋୟୀ, ବିଏଚ୍‌ପି ନେତା ମୂରଲୀଧର ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା, ପିସିସି ସଭ୍ୟ ଦେବୀ ବିଷୋୟୀ, ପ୍ରକାଶ ଚନ୍ଦ୍ର ସାହୁ, ହରେକୃଷ୍ଣ ସାହୁ ପ୍ରମୁଖ ବନ୍ଦରେ ସାମିଲ୍ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe