ସମ୍ବଲପୁରରେ ଆଜିଠୁ ୧୨ ଘଣ୍ଟା କର୍ଫ୍ୟୁ କୋହଳ

ସମ୍ବଲପୁର ହିଂସା: ୧୪ ଦିନ ପରେ କର୍ଫ୍ୟୁ ଉଠିଲା

ସମ୍ବଲପୁର : ୧୯ ତାରିଖରୁ ଆରମ୍ଭ ହୋଇଥିବା ୧୧ ଘଣ୍ଟିଆ କର୍ଫ୍ୟୁ କୋହଳ ନିର୍ଘଣ୍ଟ ୧ ଘଣ୍ଟା ବୃଦ୍ଧି ପାଇବ। ଶୁକ୍ରବାରଠାରୁ ସମ୍ବଲପୁର ସହରରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କର୍ଫ୍ୟୁ କୋହଳ ରହିବ ବୋଲି ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଏଣିକି ‌ଲୋକେ ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରି ପାରିବେ। ହେଲେ ସଂଧ୍ୟା ୬ ପରଠାରୁ ବାହାରକୁ ମନା ରହିବ। ଦୋକାନ, ବଜାର, କାର୍ଯ୍ୟାଳୟ ଆଦି ଦିନବେଳା ଖୋଲିବ ଓ ସଂଧ୍ୟାରେ ବନ୍ଦ ରହିବ।

ଅପରପକ୍ଷରେ ଇଣ୍ଟର୍‌ନେଟ୍ କଟକଣା ଗୁରୁବାରଠାରୁ କିଛି ମାତ୍ରାରେ କୋହଳ ହୋଇଛି। ଗୁରୁବାରଠାରୁ ଦିନ ୧୦ଟାରୁ ସଂଧ୍ୟା ୫ଟା ଯାଏ ଜିଲ୍ଲାରେ ସମସ୍ତ ଲିଜ୍‌ ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ସେବା ଉପଲବ୍‌ଧ ହୋଇଛି। ଅର୍ଥାତ୍ ଯେଉଁମାନଙ୍କ ନିକଟରେ ବ୍ରଡ୍‌ବ୍ୟାଣ୍ଡ ବା ଲିଜ୍‌ ଲାଇନ୍ ଅଛି, ସେମାନେ ଇଣ୍ଟର୍‌ନେଟ୍‌ ପାଇପାରିଛନ୍ତି। ମୁଖ୍ୟତଃ ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡ଼ିକର ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବା ପୂର୍ବ ଭଳି ବନ୍ଦ ରହିଛି। ଶୁକ୍ରବାରଠାରୁ ଇଣ୍ଟର୍‌ନେଟ୍‌ କଟକଣା ଆଉ କିଛି କୋହଳ ହେବାର ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖରେ ଇଦ୍‌ ଥିବାରୁ ଏହି ଉତ୍ସବ ପରେ ଯାଇ ଇଣ୍ଟର୍‌ନେଟ୍‌ ବ୍ୟବହାର ସଂପୂର୍ଣ୍ଣ ନିୟମିତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe