ବିଧାୟକ ଗିରଫ ମାମଲା: ମେ’ ୨ ତାରିଖରେ ବିଜେପିର ‌୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

Advertisment
ବିଧାୟକ ଗିରଫ ମାମଲା: ମେ’ ୨ ତାରିଖରେ ବିଜେପିର ‌୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ଼: ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ବିଜେପି ମେ’ ୨ ତାରିଖ (ସୋମବାର) ଦେବଗଡ଼ ବନ୍ଦ ଡାକରା ଦେଇଛି। ବିଜେପିର ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ବନ୍ଦ ଡାକରା ନେଇ ସୂଚନା ନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି। ବିଜେପି ପକ୍ଷରୁ ତିଲେଇବଣି ବିଡିଓଙ୍କ ଗିରଫ ଦାବି ହୋଇଛି।

publive-image

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଆଜି ଦଳୀୟ କର୍ମୀମାନେ ଦେବଗଡ଼ ଥାନା ଘେରାଉ କରିଥିଲେ। ଏଥି ସହିତ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଆଜି ସନ୍ଧ୍ୟାରେ ବିଜେପି କର୍ମୀମାନେ ଥାନା ଘେରାଉ କରିବା ସହ କହିଛନ୍ତି, ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ତୁରନ୍ତ ଗିରଫ କରାଯାଉ। ବିଡିଓ ଶ୍ରୀ ଦଳପତିଙ୍କ ବିରୋଧରେ ବିଧାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରୁନାହିଁ। ବିଜେପି କର୍ମୀମାନେ ବିଧାୟକଙ୍କ ଗିରଫକୁ ତୀବ୍ର ନିନ୍ଦା କରିଛନ୍ତି।

ବିଜେପିର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, କେନ୍ଦୁଝର ବିଧାୟକ ମୋହନ ମାଝି, ତଲସରା ବିଧାୟକ ଭବାନୀ ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକଙ୍କ ସମେତ ଦଳୀୟ କର୍ମୀମାନେ ଥାନା ଘେରାଉ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe