ଜୋର୍ ଧରିଲା ଜିଲ୍ଲା ଦାବି: ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Advertisment
ଜୋର୍ ଧରିଲା ଜିଲ୍ଲା ଦାବି: ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନକ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ତେବେ ଗାଡ଼ିମଟର ଚଳାଚଳ ସ୍ୱାଭାବିକ ରହିଛି। ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରିଛନ୍ତି। ଆଜିର ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

publive-image

ଆଜିର ବନ୍ଦ ପାଳନରେ ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟଙ୍କ ସମେତ ସହରର ୪୦ରୁ ଅଧିକ ଅନୁଷ୍ଠାନ ସାମିଲ ହୋଇଛନ୍ତି। ଏନଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ଅମରେନ୍ଦ୍ର ତାଣ୍ଡି, ବେଦବ୍ୟାସ ନାଗ, ପ୍ରଦୀପ ବାଗ, କୁଞ୍ଜବିହାରୀ ବେହେରା, କୈଳାସ ଦୀପ, ଶୈଳେନ୍ଦ୍ର ନାରାୟଣ ବେହେରା, ଅଜୟ ଅଗ୍ରୱାଲ, ଦୀପକ ଶର୍ମା, ହେମାଳ ସଙ୍ଘ ସଂପାଦକ ବିସର୍ଵ ବେହେରାଙ୍କ ସମେତ ଅନେକ ଲୋକ ଏଥିରେ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe