ଗଛକୁ ଧକ୍କା ଦେଲା ଭ୍ୟାନ୍‌,୧୨ ଆହତ

ଗଛକୁ ଧକ୍କା ଦେଲା ଭ୍ୟାନ୍‌,୧୨ ଆହତ

ଗୋପ : ଗୋପ ତହସିଲ ଛକ ନିକଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ଭ୍ୟାନ୍‌ (ଓଡି–୩୪ ଇ–୬୦୫୯) ରାସ୍ତା ପାର୍ଶ୍ବରେ ଥିବା ଏକ ବର ଗଛକୁ ଧକ୍କା ଦେବା ଦ୍ବାରା ଏଥିରେ ଥିବା ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ନିକଟସ୍ଥ ଦମକଳ କେନ୍ଦ୍ରର କର୍ମଚାରୀଙ୍କ ଦ୍ବାରା ଆହତମାନଙ୍କୁ ଉଦ୍ଧାର କରାଯାଇ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଗୋପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରିଛି। ଘଟଣାରୁ ପ୍ରକାଶ ଯେ, ଯାଜପୁର ଅଞ୍ଚଳରୁ ଗୋଟିଏ ପରିବାରର ୩ଜଣ ଶିଶୁଙ୍କ ସମେତ ସମୁଦାୟ ୧୨ଜଣ ଯାତ୍ରୀ କାକଟପୁର ମଙ୍ଗଳା ଦର୍ଶନ ନିମନ୍ତେ ଯାଉଥିଲେ। ଡ୍ରାଇଭର ରାତି ଅନିଦ୍ରା ଥିବାରୁ ଗାଡି ଚାଲୁଥିବା ସମୟରେ ନିଦ ଆସିବାରୁ ଗାଡିଟି ରାସ୍ତା ପାର୍ଶ୍ବରେ ଥିବା ଗଛରେ ମାଡ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe