ମହାନଦୀରେ ଛଡ଼ାଗଲା ୧୨ ଲକ୍ଷ ମାଛ ଯାଆଁଳ

Advertisment
ମହାନଦୀରେ ଛଡ଼ାଗଲା ୧୨ ଲକ୍ଷ ମାଛ ଯାଆଁଳ

ସୋନପୁର: ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାର ଉନ୍ନତି ତଥା ଆର୍ଥିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମହାନଦୀର ରାମେଶ୍ବର ସଙ୍ଗମ ଏବଂ ତେନ୍ତୁଳିଘାଟରେ ୧୦ ଲକ୍ଷ ଉନ୍ନତ ମାଛ ଯାଆଁଳ ଛଡ଼ାଯାଇଛି।  ଏହି ଅବସରରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ସର୍କିଟହାଉସଠାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା ମୁଖ୍ୟ ଅତିଥି, ଓଡ଼ିଶା ମତ୍ସ୍ୟ ଉନ୍ନୟନ ନିଗମ ସାଧାରଣ ପରିଚାଳକ ସୁବ୍ରତ ଦାଶ, ମତ୍ସ୍ୟ ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ଜାଓଚିମ ଲାକ୍ରା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ବଲାଙ୍ଗୀର ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ନୀଳାମ୍ବର କିଳକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ ସ୍ନିଗ୍ଧାରାଣୀ କଅଁର, କନିଷ୍ଠ ବୈଷୟିକ ମତ୍ସ୍ୟ ସହାୟକ ଶଶିକାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe