୧୨ ଲକ୍ଷ ବୀମାଭୁକ୍ତ ଶ୍ରମିକ ପରିବାରକୁ ଧୋକା: ଇଏସ୍‌ଆଇ ମଡେଲ ହସ୍ପିଟାଲ କାହା ସ୍ବାର୍ଥରେ

ଶିଳ୍ପ ନଗରୀ ରାଉରକେଲାରେ ଥିବା ରାଜ୍ୟର ଏକମାତ୍ର ଇଏସ୍ଆଇ ମଡେଲ ହସ୍ପିଟାଲ ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାରକୁ ଚିକତ୍ସାସେବା ନଯୋଗାଇ ଫେରାଇ ଦେଉଛି। ଅନୁଗୋଳରେ ଦ୍ବିତୀୟ ଇଏସ୍‌ଆଇ ମଡେଲ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ରାଉରକେଲାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି...

1.2 million insured workers' families cheated: Whose interest is the ESI model hospital?

1.2 million insured workers' families cheated: Whose interest is the ESI model hospital? Photograph: (sambad.in )

ରାଉରକେଲା: ଶିଳ୍ପ ନଗରୀ ରାଉରକେଲାରେ ଥିବା ରାଜ୍ୟର ଏକମାତ୍ର ଇଏସ୍ଆଇ ମଡେଲ ହସ୍ପିଟାଲ ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାରକୁ ଚିକତ୍ସାସେବା ନଯୋଗାଇ ଫେରାଇ ଦେଉଛି। ଅନୁଗୁଳରେ ଦ୍ବିତୀୟ ଇଏସ୍‌ଆଇ ମଡେଲ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ରାଉରକେଲାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି।

୨୨ ବର୍ଷ ତଳେ ୨୦୦୩ରେ ପ୍ରତିଷ୍ଠିତ ଏହି ହସ୍ପିଟାଲରେ ଡାକ୍ତର, ନର୍ସ ଓ କର୍ମଚାରୀ ସଂଖ୍ୟା କମୁଛି। ମାତ୍ର କେଇ ମାସ ତଳେ ଚାଲୁ ହୋଇଥିବା ଅନୁଗୁଳ ଇଏସ୍‌ଆଇ ମଡେଲ ହସ୍ପିଟାଲକୁ ଗୁରୁତ୍ବ ଦିଆଯାଉଛି। ରାଉରକେଲାରୁ ଡାକ୍ତର, କର୍ମଚାରୀ ଓ ଅଧୀକ୍ଷକଙ୍କୁ ଅନୁଗୁଳକୁ ବଦଳି କରିଦିଆଯାଇଛି। ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝରସମ୍ବଲପୁର ପ୍ରାୟ  ୪ ଲକ୍ଷ ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାର ଏମିତି ପ୍ରାୟ ୧୨ ଲକ୍ଷ ଲୋକ  ରାଉରକେଲା ଇଏସ୍‌ଆଇ ମଡେଲ ହସ୍ପିଟାଲ ଉପରେ ନିର୍ଭରଶୀଳ। ଅନୁଗୁଳରେ ପ୍ରାୟ ୧ ଲକ୍ଷ ୫୦ହଜାର  ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାର ଏମିତି ପ୍ରାୟ ୪ ଲକ୍ଷ ଲୋକ ଅଛନ୍ତି। ରାଉରକେଲାରେ ୨୨ ବର୍ଷର ମଡେଲ ହସ୍ପିଟାଲ ମାତ୍ର ୫୦ ଶଯ୍ୟାରେ ସୀମିତ ରହିଛି।

ଆଜି ପର୍ଯ୍ୟନ୍ତ ଶଯ୍ୟା ସଂଖ୍ୟା ବଢୁନି। ସେପଟେ ଅନୁଗୁଳର କମ୍‌ସଂଖ୍ୟକ ବୀମାଭୁକ୍ତ ଶ୍ରମିକ ଥାଇ ୧୦୦ ଶଯ୍ୟା କରାଯାଇଛି। ରାଉରକେଲା ଡାକ୍ତର ୨୩ ଜଣ ଡାକ୍ତର ଆବଶ୍ୟକତା ଥିଲାବେଳେ ଅଛନ୍ତି ମାତ୍ର ୨୩ ଜଣ। ନିକଟରେ ସ୍ତ୍ରୀ ପ୍ରସୂତି, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ, ଇଏନ୍‌ଟି (ଆଖି, କାନ ଓ ଗଳା) ଡାକ୍ତରଙ୍କୁ ଅନୁଗୁଳ ବଦଳି କରିଦିଆଯାଇଛି।  

୩୦ରୁ ଅଧିକ ନର୍ସ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨୦ ଜଣ। ଅନ୍ୟ କର୍ମଚାରୀମାନଙ୍କ ସଂଖ୍ୟା ମଧ୍ୟ ସମାନ ସମସ୍ୟା ଉପୁଜିଛି। ରାଉରକେଲା ଇଏସ୍‌ଆଇ ମଡେଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଜୟନ୍ତୀ ବେହେରାଙ୍କୁ ମଧ୍ୟ ଅନୁଗୁଳକୁ ବଦଳି କରାଯାଇଛି। ଅଲଟ୍ରାସାଉଣ୍ଡ ମେସିନ୍‌ ଅଛି, ଟେକ୍ନିସିଆନ୍‌ ନାହାନ୍ତି।

ଅସ୍ଥିଶଲ୍ୟ ଡାକ୍ତର ନଥିବାରୁ ରୋଗୀମାନେ ଫେରିଯାଉଛନ୍ତି। ମହିଳାମାନେ ସମଦଶା ଭୋଗୁଛନ୍ତି। କେବଳ ଗୁରୁତର ରୋଗୀଙ୍କୁ କିଛି ଘର‌ୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟମାନେ ରୋଗୀମାନେ ଇଏସ୍‌ଆଇ ମଡେଲ ହସ୍ପିଟାଲରୁ ଫେରି ଘରୋଇ ହସ୍ପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି। 

ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ତ ଦୂରର କଥା, ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଦୌ ଗୁରୁତ୍ବ ଦିଆଯାଉନି। ଚାରି ଜିଲ୍ଲାର ଶ୍ରମିକ ଓ ସେମାନଙ୍କ ପରିବାର ଏକମାତ୍ର ଭରସା ରାଉରକେଲା ଇଏସ୍‌ଆଇ ମଡେଲ ହସ୍ପିଟାଲ ଆଗାମୀ ଦିନରେ ବନ୍ଦ ହୋଇଯିବ ନାହିଁ ତ, ଏମିତି  ଶଙ୍କା ସୃଷ୍ଟି ହୋଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି, ଦୁର୍ଭାଗ୍ୟକଥା ଆଜି ପର୍ଯ୍ୟନ୍ତ ମଡେଲ ହସ୍ପିଟାଲକୁ କେନ୍ଦ୍ର ସରକାର ଆଦୌ ଗୁରୁତ୍ବ ଦେଲେ ନାହିଁ।

ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଫଳ ଶୂନ। କେନ୍ଦ୍ର ସରକାରଙ୍କ ଏଭଳି ମନୋଭାବ ପ୍ରତିବାଦରେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ। ରଘୁନାଥପାଲୀ ବିଧାୟକ ଦୁର୍ଗା ତନ୍ତୀ କହିଛନ୍ତି, ସେ ମଡେଲ ହସ୍ପିଟାଲ ଅବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ରାଉରକେଲାବାକୁ ନିମନ୍ତ୍ରଣ କରିଛି। ସମସ୍ୟାର ସମାଧାନ ପାଇଁ ନିଶ୍ଚିତ ଭାବେ ‌ଚେଷ୍ଟା କରିବି।

ବରିଷ୍ଠ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ କହିଛନ୍ତି, ରାଜନୈତିକ ଇଚ୍ଛାଶକ୍ତି  ଅଭାବରୁ ଏଭଳି ସ୍ଥିତି ଉପୁଜିଛି। ସିଆଇଟିୟୁ ପକ୍ଷରୁ ଆଗାମୀ ଦିନରେ ପ୍ରତିବାଦରେ ଆନ୍ଦୋଳନ କରାଯିବ। ସେହିପରି ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି କହିଛନ୍ତି, ମଡେଲ ହସ୍ପିଟାଲର ଅବହେଳା ପ୍ରତିବାଦରେ ୩୦ ଜଣିଆ ଶ୍ରମିକ ପ୍ରତିନିଧି ଦିଲ୍ଲୀରେକେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବୁ। ଦରକାର ପଡ଼ିଲେ ଦିଲ୍ଲୀରେ ଧାରଣ ଦେବୁ।

sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe