କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୨୫୯ରେ ପହଞ୍ଚିଲା

Advertisment
କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୨୫୯ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ୧୬୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତକାଲି ଭଳି ଆଜି ବି ଆଉ ୧୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ବାଲେଶ୍ବର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମର ୨ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୪୮ ବର୍ଷିୟ ପୁରୁଷ ଓ ୬୧ ବର୍ଷ ବୟସ୍କା ମହିଳା। କନ୍ଧମାଳ ଜିଲ୍ଲାର ଦୁଇ ପୁରୁଷଙ୍କ ବୟସ ୫୫ ଓ ୬୦ ବର୍ଷ। ଉଭୟେ ମଧୁମେହରେ ପୀଡ଼ିତ ଥିଲେ। କେନ୍ଦୁଝର ଜିଲ୍ଲାର ଦୁଇ ମୃତକ ପୁରୁଷଙ୍କ ବୟସ ୭୯ ଓ ୬୦ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ଦୁଇ ମୃତକଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବରର ଜଣେ ୬୦ ଓ ଜଣେ ୬୭ ବର୍ଷିୟ ପୁରୁଷ । ବାଲେଶ୍ବର, ବରଗଡ଼ ଓ ଗଜପତି  ଜିଲ୍ଲାର ଯେଉଁ ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ବୟସ ଯଥାକ୍ରମେ ୫୭, ୬୦, ୫୯ ବର୍ଷ। ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୫୫ ବର୍ଷ ବୟସ୍କା ମହିଳା ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୮୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୧୮୯ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe