୧୨ ନକ୍ସଲଙ୍କ ଆତ୍ମସମର୍ପଣ: ମୁଣ୍ଡରେ ଥିଲା ୧୮ ଲକ୍ଷ ଟଙ୍କା

ଲଗାତାର ପୁଲିସର ଅପରେସନରେ ନକ୍ସଲ ଭୟଭିତ ହୋଇ ସଂଗଠନ ଛାଡୁଛନ୍ତି। ଏହି କ୍ରମରେ ଆଜି ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୧୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

Mkg 12 naxal surrender

ମାଲକାନଗିରି: ଲଗାତାର ପୁଲିସର ଅପରେସନରେ ନକ୍ସଲ ଭୟଭିତ ହୋଇ ସଂଗଠନ ଛାଡୁଛନ୍ତି। ଏହି କ୍ରମରେ ଆଜି ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୧୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ଏରିଆ କମିଟି ସଦସ୍ୟ, ସିଏନଏମ ଅଧ୍ୟକ୍ଷ, ପପିସିଏମ ସଦସ୍ୟ, ଜନତାନା ସରକାର ଅଧ୍ୟକ୍ଷ, ମିଲଟ୍ରି ପ୍ଲାଟୁନ ସଦସ୍ୟ, ମିଲିସିଆ କମାଣ୍ଡର ରହିଛନ୍ତି। ଏମାନଙ୍କ ନାମରେ ସରକାର ୧୮ ଲକ୍ଷ ଟଂକାର ପୁରସ୍କାର ଘୋଷିତ କରିଥିଲେ।

ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ରବିନସନ ଗରିୟାଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରମୁଖ ନକ୍ସଲମାନେ ହେଲେ ୫ ଲକ୍ଷ ଘୋଷିତ ଏରିଆ କମିଟି ସଦସ୍ୟ ମୁଦରେନ ନେତାମ ଅରଫ ସୁଧାକର,୫ ଲକ୍ଷ ଘୋଷିତ ପାର୍ଟି ମେମ୍ବର ଧୋବା ସଲାମ ଅରଫ ମହେଶ ସଲାମ, ୨ ଲକ୍ଷ ଘୋଷିତ ସିଏନଏମ ଅଧ୍ୟକ୍ଷ ସତାରେ ସଲାମ, ୨ ଲକ୍ଷ ଘୋଷିତ ପିପିସିଏମ ସଦସ୍ୟ ଲକ୍ଷ୍ମଣ ମାଡବୀ ସମେତ ଅନ୍ୟ ନକ୍ସଲ ନାମରେ ୧ ଲକ୍ଷ  ଏବଂ ୫୦ ହଜାର ଲେଖାଏଁ ଥିଲା।

ଏମାନଙ୍କ ମଧ୍ୟରୁ ପ୍ରମୁଖ ନକ୍ସଲମାନେ ହେଲେ ୫ ଲକ୍ଷ ଘୋଷିତ ଏରିଆ କମିଟି ସଦସ୍ୟ ମୁଦରେନ ନେତାମ ଅରଫ ସୁଧାକର,୫ ଲକ୍ଷ ଘୋଷିତ ପାର୍ଟି ମେମ୍ବର ଧୋବା ସଲାମ ଅରଫ ମହେଶ ସଲାମ, ୨ ଲକ୍ଷ ଘୋଷିତ ସିଏନଏମ ଅଧ୍ୟକ୍ଷ ସତାରେ ସଲାମ, ୨ ଲକ୍ଷ ଘୋଷିତ ପିପିସିଏମ ସଦସ୍ୟ ଲକ୍ଷ୍ମଣ ମାଡବୀ ସମେତ ଅନ୍ୟ ନକ୍ସଲ ନାମରେ ୧ ଲକ୍ଷ  ଏବଂ ୫୦ ହଜାର ଲେଖାଏଁ ଥିଲା।

ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ନରାୟଣପୁର ଜିଲ୍ଲାରେ ଚଳିତ ବର୍ଷ ୧୭୭ ଜଣ ନକ୍ସଲ ଓ ତାଂକ ସହଯୋଗୀ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ପୁଲିସ ଅନ୍ୟ ନକ୍ସଲମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ନିବେଦନ କରିଛି। ଘରକୁ ଫେରିଆସ ଯୋଜନାରେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।

maoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe