୧୨ ବର୍ଷରେ ୩୧ ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି ଓଡିଶା ସରକାର

Advertisment
୧୨ ବର୍ଷରେ ୩୧ ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି ଓଡିଶା ସରକାର

ଭୁବନେଶ୍ବର: ବିଗତ ୧୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି। ବିଧାନସଭାରେ ଆଜି ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ହିସାବ ଦେଇଛନ୍ତି। ଗୃହରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୦ରୁ ୨୦୨୨ ମଧ୍ୟରେ ୩୧ ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି। ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟ ସରକାର ସର୍ବାଧିକ ୧୬ ଗୋଟି ଯୋଜନା ଲାଗୁ କରିଥିଲେ। ଏହି ୧୬ ଗୋଟି ଯୋଜନା ମଧ୍ୟରୁ କିଛି ଯୋଜନା ୨୦୧୯ ସାଧାରଣ ନିର୍ବାଚନ ପରେ ବନ୍ଦ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ଆଉ କିଛି ଯୋଜନାର ସର୍ତ୍ତାବଳୀ ପରିବର୍ତ୍ତନ କରାଯାଇଛି।

୩୧ଟି ଯୋଜନା ବିଷୟରେ ଜାଣନ୍ତୁ...

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe