ଓମିକ୍ରନ୍‌ ପାଇଁ ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା, ନମୁନା ପରୀକ୍ଷାର ୧୨% ପଜିଟିଭ

Advertisment
ଓମିକ୍ରନ୍‌ ପାଇଁ ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା, ନମୁନା ପରୀକ୍ଷାର ୧୨% ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରୁ ଆଜି ୨୪ ଜଣ  ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏଥିରୁ ୨୩ ଜଣ ଓଡିଶାରେ ଅଛନ୍ତି ଓ ଜଣେ ତାମିଲନାଡୁ ପଳାଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଥିବା ବେଳେ ୬ ଜଣ ହେଉଛନ୍ତି ମହିଳା। ସମସ୍ତ ଆକ୍ରାନ୍ତଙ୍କ ବୟସ ୧୯ ବର୍ଷରୁ ୬୫ ବର୍ଷ ହେବ। ଏଥିରେ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୭ ଜଣ ଅଛନ୍ତି। ଯାଜପୁର, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ, ଜଗତସିଂହପୁର ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ୧୯ ଜଣ ଓ ୫ ଜଣ ବିଦେଶ ଫେରନ୍ତା। ସମସ୍ତଙ୍କର ଟ୍ରାକିଂ ସରିନାହିଁ। ନମୁନା ପରୀକ୍ଷାର ୧୨ ପ୍ରତିଶତ ପଜିଟିଭ। ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା। ଟିକା ନେଇଥିଲେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ।

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ଏବେ ରାଜ୍ୟରେ ପୁଣି ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି। ନୂଆକରି ଚିହ୍ନଟ ହୋଇଥିବା ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରେ ୫ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ୍ ହିଷ୍ଟ୍ରି ଥିବାବେଳେ, ଆଉ ୧୯ ଜଣ କମ୍ୟୁନିଟି ସାମ୍ପୁଲରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ମୋଟ ୨୧୮ ନମୁନା ପରୀକ୍ଷଣରୁ ଏହି ପଜିଟିଭ୍ ଚିହ୍ନଟ ହୋଇଥିବା ଆଇଏଲଏସ୍ ସୂଚନା ଦେଇଛି । ଏହାସହିତ ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୬୧ରେ ପହଂଚିଛି।

ଓଡ଼ିଶାରେ ଓମିକ୍ରନ୍‌ ମାମଲା

ଜାନୁଆରି ୫- ୨୪
ଜାନୁଆରି ୨ – ୨୩
ଡିସେମ୍ବର ୩୦ – ୫
ଡିସେମ୍ବର ୨୯ – ୧
ଡିସେମ୍ବର ୨୬ – ୪
ଡିସେମ୍ବର ୨୩ – ୨
ଡିସେମ୍ବର ୨୧ – ୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe