ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତି ସ୍ଥିତି ଗମ୍ଭୀର: ୪୨ରୋଗୀ ସୁସ୍ଥ, ୧୨ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ

Advertisment
ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତି ସ୍ଥିତି ଗମ୍ଭୀର: ୪୨ରୋଗୀ ସୁସ୍ଥ, ୧୨ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ

ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଏବେ ଝାଡ଼ା ବାନ୍ତି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ରୋଗୀ ଅଧିକ ଗୁରୁତର ନହେଲେ ମଧ୍ୟ ଛଅଟି ପଞ୍ଚାୟତକୁ ବ୍ୟାପି ଲୋକଙ୍କୁ ଆତଙ୍କିତ କରୁଛି ଡାଇରିଆ।  ସ୍ବାସ୍ଥ୍ୟକେନ୍ଦ୍ରର ସୂଚନା ଅନୁସାରେ ସର୍ବମୋଟ ୫୪ ଜଣ ରୋଗୀ ତାଲିକାରେ ଅଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଯାଇ ଥିବା ବେଳେ ଏବେ ବିଭିନ୍ନ ପଞ୍ଚାୟତର ମୋଟ ୧୨ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା କୁହାଯାଇଛି।

ଏବେ ଡୁମ୍ବାଗୁଡା, ଗିର୍ଲିଗୁମା, ଚିକାମ୍ବ, ଦଶମନ୍ତପୁର, ଲୁଲା, ମୁର୍କାର ପଞ୍ଚାୟତରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆସିଥିବା ଜଣାପଡ଼ିଛି। ସେମାନେ ହେଲେ ଗଜେନ୍ଦ୍ର ଜାନୀ, ଚନ୍ଦ୍ର ଶେଖର ଜାନୀ, ବିମଳା ଜାନୀ, ଦାଶ ମେଲେକା, ସାଇବେନ୍ ଜାନୀ, ପିଙ୍କି କମାର ପ୍ରମୁଖ। ଏ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡକ୍ଟର ଶ୍ରୀରାମ ପରିଡ଼ା ପ୍ରକାଶ କରିଛନ୍ତି। ପୁଣି କହିଛନ୍ତି ଯେ ଯେଉଁ ଯେଉଁ ପଞ୍ଚାୟତରେ ଝାଡ଼ାବାନ୍ତି ହେଉଛି, ସେହି ଗାଁମାନଙ୍କରେ ଡ଼ାକ୍ତରୀ ଟିମ୍ ପଠାଇ ଲୋକଙ୍କୁ ସଚେତନତା କରାଯାଉଛି। କୈଣସି ଅସୁବିଧା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe