ମହୁମାଛି ଆକ୍ରମଣରେ ୧୨ ଛାତ୍ରଛାତ୍ରୀ ଆହତ

Advertisment
ମହୁମାଛି ଆକ୍ରମଣରେ ୧୨ ଛାତ୍ରଛାତ୍ରୀ ଆହତ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ସଦର ଖପ୍ରାଖୋଲ ନୋଡାଲ ହାଇସ୍କୁଲରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବୁଧବାର ସରସ୍ବତୀ ପୂଜା ସମୟରେ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ଛାତ୍ରଛାତ୍ରୀ ଭୟରେ ଏଣେତେଣେ ଦୌଡ଼ି ଚାଲି ଯାଇଥିଲେ।

ତେବେ ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଥିଲେ। ପ୍ରଧାନଶିକ୍ଷକ ଇସ୍ପାଲ ସୁନା ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଖପ୍ରାଖୋଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe