ଆଉ ଏସ୍‌ସିବିରେ ରହିବେନି କରୋନା ଆକ୍ରାନ୍ତ, ଅଶ୍ବିନୀ ସ୍ବତନ୍ତ୍ର ହସ୍ପିଟାଲକୁ ଆକ୍ରାନ୍ତ ଓ ଲକ୍ଷଣଯୁକ୍ତଙ୍କୁ ସ୍ଥାନାନ୍ତର

Advertisment

ପରୀକ୍ଷା ହେଲା ୧୨ ସ୍ବାବ୍‌, ଗୋଟିଏ ପଜେଟିଭ୍‌

ପରୀକ୍ଷା ହେଲା ୧୨ ସ୍ବାବ୍‌, ଗୋଟିଏ ପଜେଟିଭ୍‌

୨୧ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏସ୍‌ସିବି କୋଭିଡ଼ ହସ୍ପିଟାଲ

କଟକ: କରୋନା ସଂକ୍ରମିତ ଅଥବା ଲକ୍ଷଣ ଥିବା ରୋଗୀଙ୍କୁ ଆଉ କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)ରେ ରଖାଯିବନାହିଁ। ସେମାନଙ୍କୁ ସିଡିଏସ୍ଥିତ ଅଶ୍ବିନୀ ହସ୍ପିଟାଲରେ ପ୍ରସ୍ତୁତ ‌ସ୍ବତନ୍ତ୍ର କରୋନା ୱାର୍ଡରେ ଚିକିତ୍ସା ପାଇଁ ରଖାଯିବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ବତନ୍ତ୍ର ହସ୍ପିଟାଲକୁ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଥିଲେ। ଡ୍ରିମ୍ସରେ ହେବାକୁ ଥିବା ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ପ୍ରସ୍ତୁତି କାର୍ଯ୍ୟ ସରି ନଥିବାରୁ ନିଷ୍ପତ୍ତି ଅନୁଯାୟୀ ଏବେ କରୋନା ଆକ୍ରାନ୍ତ ଅଥବା ଲକ୍ଷଣଯୁକ୍ତ ରୋଗୀ ଅଶ୍ବିନୀ କୋଭିଡ୍‌-୧୯ ହସ୍ପିଟାଲରେ ଚିକିତ୍ସିତ ହେବେ। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏ ସଂପର୍କରେ ଆଜି ଏସ୍‌ସିବିରେ ମଧ୍ୟ ସ୍ବତନ୍ତ୍ର ବୈଠକ ବସିଥିଲା। ସୂଚନା ଅନୁଯାୟୀ, ଏସ୍‌ସିବିକୁ ରାଜ୍ୟର ସବୁ ଆଡୁ ବିଭିନ୍ନ ରୋଗରେ ପୀଡ଼ିତ ରୋଗୀ ଆସୁଥିବାରୁ ସେହି କ୍ୟାମ୍ପସରେ କରୋନା ସଂକ୍ରମିତଙ୍କୁ ରଖି ଚିକିତ୍ସା କରିବା ବିପଦପୂର୍ଣ୍ଣ। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। କଟକ ବଡ଼ ଡାକ୍ତରଖାନାରେ ଏବେ କରୋନା ପଜିଟିଭ୍ ଥିବା କଟକ ଏବଂ ଭଦ୍ରକର ଦୁଇ ଜଣ ବ୍ୟକ୍ତି ରହିଥିବାବେଳେ କରୋନା ଲକ୍ଷଣ ଥିବା ଏକାଧିକ ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ଆଜିଠାରୁ ଅଶ୍ବିନୀ ସ୍ବତନ୍ତ୍ର କରୋନା ୱାର୍ଡକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟପଟେ ଏସ୍‌ସିବିରେ ଆଜି ୧୨ଟି ସ୍ବାବ୍‌ ପରୀକ୍ଷା କରାଯାଇଥିବା‌ବେଳେ ସେଥିରୁ ଗୋଟିଏ ‌ପଜିଟିଭ୍‌ ମିଳିଛି। ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡକୁ ଚିକିତ୍ସା ପାଇଁ ୩୨ ଜଣ ଆସିଥିବା ବେଳେ ସେଥିରୁ ୪ ଜଣଙ୍କୁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe