୧୨ ନାବାଳିକା ଉଦ୍ଧାର, ସିଡବ୍ଲୁସିକୁ ହସ୍ତାନ୍ତର

Advertisment
୧୨ ନାବାଳିକା ଉଦ୍ଧାର, ସିଡବ୍ଲୁସିକୁ ହସ୍ତାନ୍ତର

ମାଲକାନଗିରି : ଆଜି ମାଲକାନଗିରି ଚାଇଲ୍ଡ ଲାଇନ ତରଫରୁ ୧୨ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ୧୨ ନାବାଳିକାଙ୍କୁ ଆନ୍ଧ୍ର ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏମାନଙ୍କୁ ଚାରି ଜଣ ମହିଳା ନେଉଥିଲେ।

ଘଟଣାରୁ ପ୍ରକାଶ ଯେ ମାଲକାନଗିରିସ୍ଥିତ ଗୁରୁପ୍ରିୟା ଛାତ୍ରାବାସ ନିକଟରେ କିଛି ମହିଳାଙ୍କ ସହ ଏହି ନାବାଳିକାମାନେ ଏକାଠି ହୋଇଥିଲେ। ଏମାନଙ୍କୁ ରାଜ୍ୟ ବହାରକୁ ଚାଲାଣ କରାଯାଉଥିବା ସଂପର୍କରେ ସୂଚନା ପାଇ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପହଞ୍ଚି ନାବାଳିକାମାନଙ୍କୁ ଉଦ୍ଧାରକରି ଚାଇଲ୍ଡ ଲାଇନ କାର୍ଯ୍ୟାଳୟକୁ ନେଇଥିଲେ।ସେମାନଙ୍କୁ କିଏ ନେଉଥିଲା ବୋଲି ପ୍ରଶ୍ନ କରିବାରୁ ସେମାନେ କାହିରି ନାମ ନେଇନଥିଲେ। କିନ୍ତୁ ଯେଉଁ ଚାରି ଜଣ ମହିଳା ଏମାନଙ୍କୁ ନେଇଥିଲେ ସେମାନେ ହିଁ ପ୍ରକୃତ ଦଲାଲ ବୋଲି ଅନୁମାନ କରାଯାଏ। ସମସ୍ତ ୧୨ ଜଣ ନାବାଳିକା ମାଥିଲି ବ୍ଲକର ସାଲିମି ଅଂଚଳର ବୋଲି ଜଣାପଡିଛି। ଏମାନଙ୍କୁ ପ୍ରଥମେ ଏମଭି-୭୯ ନିକଟସ୍ଥ ପୁଷୁଗୁଡା ଗ୍ରାମକୁ ନିଆଯାଇ ସେଠାରୁ ମୋଟୁ ଦେଇ ଆନ୍ଧ୍ରକୁ ଚାଲାଣ କରାଯାଇଥାନ୍ତା ବୋଲି ସୂଚନା ମିଳିଛି।

ପ୍ରକାଶ ଥାଉକି ଗତବର୍ଷ ଖଇରପୁଟ ଅଂଚଳର ବଣ୍ଡାଘାଟିରୁ ପ୍ରାୟ ୧୦୦ ନାବାଳିକା ଝିଅ ନିଖୋଜ ହେବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ପୁଣି ଜିଲ୍ଲାରୁ ନାବାଳିକାଙ୍କୁ ଚାଲାଣ ହେବା ଘଟଣା ଶ୍ରମ ବିଭାଗର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠିଛି। ଏହି ୧୨ ଜଣ ନାବାଳିକାଙ୍କୁ ଚାଇଲ୍ଡ ଲାଇନ ସିଡବ୍ଲୁସିକୁ ହସ୍ତାନ୍ତର କରିଛି। ସିଡବ୍ଲୁସିର ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନଙ୍କ କହିବା ଅନୁଯାୟୀ ସମସ୍ତେ ଅଧାରୁ ପାଠ ଛାଡି ଦାଦନ ଖଟିବାକୁ ଗୋଡ଼ କାଢ଼ିଛନ୍ତି। ଏମାନଙ୍କୁ ପ୍ରଥମେ ଘରକୁ ପଠାଯିବ ଏବଂ ପରେ ସେମାନେ କେଉଁ କେଉଁ ଶ୍ରେଣୀରେ ପଢିବେ ଏହାର ସମସ୍ତ ବ୍ୟବସ୍ଥା ସରକାର କରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe