୫୩ ବର୍ଷ ହେଲା ଜୀବନ ଯନ୍ତ୍ରଣାରେ ୧୨୦ ପରିବାର

Advertisment

ସେମାନଙ୍କର ଜମି। କିନ୍ତୁ ଜମିରେ ଚାଷ କରିପାରୁ ନାହାନ୍ତି। ଜମିରୁ ମାଟି ଗଣ୍ଡେ ବି ଉଠାଇ ପାରୁ ନାହାନ୍ତି। ଗାଁରେ ରାସ୍ତା ନାହିଁ। ବିଦ୍ୟୁତ୍‌ ସଂଯୋଗ ନାହିଁ। ଏଭଳି ଦୟନୀୟ ସ୍ଥିତିରେ ୫୩ ବର୍ଷ ହେଲା ରହି ଆସୁଛନ୍ତି ୧୨୦ ପରିବାର। ୬ଶହ ଲୋକ ରହୁଥିବା ଏହି ଗାଁର ନାଁ ହେଉଛି ଚାରିଘରିଆ।

ସେମାନଙ୍କର ଜମି। କିନ୍ତୁ ଜମିରେ ଚାଷ କରିପାରୁ ନାହାନ୍ତି। ଜମିରୁ ମାଟି ଗଣ୍ଡେ ବି ଉଠାଇ ପାରୁ ନାହାନ୍ତି। ଗାଁରେ ରାସ୍ତା ନାହିଁ। ବିଦ୍ୟୁତ୍‌ ସଂଯୋଗ ନାହିଁ। ଏଭଳି ଦୟନୀୟ ସ୍ଥିତିରେ ୫୩ ବର୍ଷ ହେଲା ରହି ଆସୁଛନ୍ତି ୧୨୦ ପରିବାର। ୬ଶହ ଲୋକ ରହୁଥିବା ଏହି ଗାଁର ନାଁ ହେଉଛି ଚାରିଘରିଆ।

fhkhkhkhkf

ସୂର୍ଯ୍ୟନାରାୟଣ ଲେଙ୍କା

ରାଜନଗର: ସେମାନଙ୍କର ଜମି। କିନ୍ତୁ ଜମିରେ ଚାଷ କରିପାରୁ ନାହାନ୍ତି। ଜମିରୁ ମାଟି ଗଣ୍ଡେ ବି ଉଠାଇ ପାରୁ ନାହାନ୍ତି। ଗାଁରେ ରାସ୍ତା ନାହିଁ। ବିଦ୍ୟୁତ୍‌ ସଂଯୋଗ ନାହିଁ। ଏଭଳି ଦୟନୀୟ ସ୍ଥିତିରେ ୫୩ ବର୍ଷ ହେଲା ରହି ଆସୁଛନ୍ତି ୧୨୦ ପରିବାର। ୬ଶହ ଲୋକ ରହୁଥିବା ଏହି ଗାଁର ନାଁ ହେଉଛି ଚାରିଘରିଆ। ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ରହିଛି ଏହି ଗାଁ। ଜାତୀୟ ଉଦ୍ୟାନ ଭିତରେ ରହୁଥିବାରୁ ସରକାରଙ୍କ ସମସ୍ତ ଯୋଜନା ଅପହଞ୍ଚ। ସବୁ ମୌଳିକ ସୁବିଧାରୁ  ବଞ୍ଚିତ। ସେମାନଙ୍କ ପାଇଁ ବାଧକ ସାଜିଛି ଜଙ୍ଗଲ ଆଇନ। ବନବିଭାଗ କର୍ମଚାରୀଙ୍କ ଜୁଲମ୍ ଅସହ୍ୟ ହେଉଛି। କିନ୍ତୁ ଏ ପରିସ୍ଥିତି ପାଇଁ ସେମାନେ ଦାୟୀ ନୁହନ୍ତି। ସେମାନଙ୍କ ଅଜାଣତରେ ସେମାନଙ୍କ ଗାଁକୁ ଜାତୀୟ ଉଦ୍ୟାନ ଅଞ୍ଚଳ ଭାବେ ଘୋଷଣା କରି ଦିଆଗଲା।  ନିୟମ ଅନୁଯାୟୀ ବିସ୍ଥାପନ ନ କରି ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଛାଡ଼ି ଦିଆଯାଇଛି। ସେମାନଙ୍କର ମାନବାଧିକାର କ୍ଷୁଣ୍ଣ ହୋଇ ଚାଲିଥିଲେ ବି ଏ ପ୍ରସଙ୍ଗରେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ନିଷ୍କ୍ରିୟତା ବିବାଦର କାରଣ ହୋଇଛି।  

୧୯୭୫ ମସିହାରେ ଭିତରକନିକାକୁ ଅଭୟାରଣ୍ୟ ଓ ୧୬ ସେପ୍ଟେମ୍ବର ୧୯୯୮ରେ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଯାଇଥିଲା।  କୌଣସି ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ଘୋଷଣା ପୂର୍ବରୁ ପ୍ରସ୍ତାବିତ ଅଞ୍ଚଳରେ ଥିବା ଜନବସତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥାଏ। ଜନବସତି ଅଞ୍ଚଳକୁ କୌଣସି ପରିସ୍ଥିତିରେ ଜାତୀୟ ଉଦ୍ୟାନ ଘୋଷଣା କରାଯାଇପାରିବ ନାହିଁ। ମାତ୍ର ୧୯୭୧ ମସିହାରୁ ଗୁପ୍ତି ପଞ୍ଚାୟତର ଚାରିଘରିଆ ଗାଁରେ ଲୋକେ ବସବାସ କରି ଆସୁଛନ୍ତି। ଏବେ ସାତଭାୟା ପଞ୍ଚାୟତରେ ରହିଛି। ପ୍ରଶାସନ ସରକାରୀ ଆଇନକୁ ଦଳିମକଚି ରାତାରାତି ଭିତରକନିକାକୁ ଜାତୀୟ ଉଦ୍ୟାନ ଘୋଷଣା କରିଥିଲେ। ଏହି ଗାଁରେ ବିଦ୍ୟୁତ୍ ଖୁଣ୍ଟଟିଏ ପଡ଼ିନି କି ରାସ୍ତାରେ ନାଲି ଗୋଡ଼ି ମୁଠେ ପଡ଼ିନି। କୋଠାଘର, ପାଇଖାନା ସେମାନଙ୍କ ପାଇଁ ସ୍ବପ୍ନ। ଚାରିଘରିଆବାସୀଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ପ୍ରଶାସନ ବିଭିନ୍ନ ସମୟରେ କେବଳ ପ୍ରତିଶ୍ରୁତି ଦେଇଛି, ସ୍ବପ୍ନ ଦେଖାଇ ଆସିଛି। 

ଗାଁର ୭୫ ବର୍ଷର ବୃଦ୍ଧ ନନି ଗୋପାଳ ମଣ୍ତଳ କହିଛନ୍ତି ଯେ ୧୯୭୧ରେ ସୁନାମୀ ବିପର୍ଯ୍ୟୟରେ ସେମାନେ ସାତଭାୟାରୁ ଭାସି ଆସିଥିଲେ। ବନ୍ଧୁ ପରିଜନଙ୍କୁ ହରାଇବା ପରେ ଯେତିକି ଜଣ ବଞ୍ଚିଥିଲେ,ଏଠାରେ ବସତି ସ୍ଥାପନ କରି ରହିଥିଲେ। ଏଠାରେ ସେମାନଙ୍କ ପଟ୍ଟାଜମି ଥିଲେ ବି ସେମାନଙ୍କୁ ଚାଷ କରାଇ ଦିଆଯାଉ ନାହିଁ କି ବିଲରୁ ମୁଠାଏ ମାଟି ଉଠାଇବାକୁ ଅନୁମତି ନାହିଁ। ଜାତୀୟ ଉଦ୍ୟାନ ଘୋଷଣା ସେମାନଙ୍କ ଅଜାଣତରେ କରି ଦିଆଗଲା। ସେବେଠାରୁ ଅନ୍ୟତ୍ର ଥଇଥାନ ପାଇଁ ଦାବି କରୁଥିଲେ ବି କେହି ଶୁଣୁ ନାହାନ୍ତି। ୭୦ବର୍ଷୀୟା ବୃଦ୍ଧା ବିଶାରାଣୀ ହାଉଲିଙ୍କ କହିଛନ୍ତି ଯେ ଗାଁରେ ବିଦ୍ୟୁତ୍‌ ନାହିଁ କି ରାସ୍ତା ନାହିଁ। ପଲା ଖଣ୍ଡେଖଣ୍ଡେ କରି ରହିଥିଲୁ, ତାହା ଭାଙ୍ଗି ଗଲେ ବନବିଭାଗ ମରାମତି କରାଇ ଦେଉନି। ଏଭଳି ବଞ୍ଚିବା ଅପେକ୍ଷା ମରିଯିବା ଭଲ ବୋଲି ସେ କ୍ଷୋଭର ସହ କୁହନ୍ତି। ଏଭଳି ସ୍ଥିତି ସଂପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବହୁ ପୂର୍ବରୁ ଏପରି ଏକ ନିଷ୍ପତ୍ତି ହୋଇଛି। ସାତଭାୟାବାସୀଙ୍କ ଥଇଥାନସ୍ଥଳ ବଗପାଟିଆରେ ଚାରିଘରିଆ ଲୋକଙ୍କୁ ନେଇ ଥଇଥାନ ଯୋଜନା କରାଯାଉଛି। କିନ୍ତୁ ଗାଁ ଏବେ ଜାତୀୟ ଉଦ୍ୟାନ ଅଞ୍ଚଳରେ ଥିବାରୁ ସେଠାରେ ରାସ୍ତା କି ଅନ୍ୟ କୌଣସି ନିର୍ମାଣ କାମ ହୋଇପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe