ସମ୍ବଲପୁର ସମେତ ୧୨୦୦ ଏଟିଟି ଟ୍ରାନ୍‌ସମିଟର୍ ବନ୍ଦ ହେଲାଣି

Advertisment

ପ୍ରସନ୍ନଙ୍କ ପ୍ରଶ୍ନରେ ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ଉତ୍ତର: ଜାରି ରହିଛି ଦୂରଦର୍ଶନର କାର୍ଯ୍ୟକ୍ରମ ପ୍ରସ୍ତୁତି

ପ୍ରସନ୍ନଙ୍କ ପ୍ରଶ୍ନରେ ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ଉତ୍ତର: ଜାରି ରହିଛି ଦୂରଦର୍ଶନର କାର୍ଯ୍ୟକ୍ରମ ପ୍ରସ୍ତୁତି

ସମ୍ବଲପୁର ସମେତ ୧୨୦୦ ଏଟିଟି ଟ୍ରାନ୍‌ସମିଟର୍ ବନ୍ଦ ହେଲାଣି

Autrol America

ସମ୍ବଲପୁର: ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍‌ସମିଟର୍‌ (ଏଚ୍‌ଟିପି) ସମେତ ସାରା ଦେଶର ୧୨୦୦ ଆନାଲଗ୍‌ ଟେରେଷ୍ଟ୍ରିଆଲ୍ ଟିଭି (ଏଟିଟି) ଟ୍ରାନ୍‌ସମିଟର୍‌ ବନ୍ଦ ହୋଇ ସାରିଲାଣି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଠାକୁର ଦର୍ଶାଇଛନ୍ତି ଯେ ପ୍ରସାରଣ ସେବାର ଆଧୁନିକ ଧାରା ତଥା ଦୂରଦର୍ଶନର ମାଗଣା ଡିଟିଏଚ୍‌ ସେବା ଫ୍ରି-ଡିସ୍‌ର ଉପଲବ୍‌ଧତାକୁ ଆଖିରେ ରଖି ପ୍ରସାର ଭାରତୀ ସାରା ଦେଶରେ ଥିବା ଆନାଲଗ୍‌ ଟେରେ‌ଷ୍ଟ୍ରିଆଲ୍ ଟିଭି (ଏଟିଟି) ଟ୍ରାନ୍‌ସମିଟର୍‌ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ଥିବା ଏଚ୍‌ଟିପି ଗତ ଡିସେମ୍ବର ୩୧ ତାରିଖରୁ ବନ୍ଦ ହୋଇ ସାରିଛି ଓ ବର୍ତ୍ତମାନ ସୁଦ୍ଧା ଦେଶର ୧୨୦୦ ଏଟିଟି ନିଷ୍କ୍ରିୟ ହେଲାଣି।

ଏହି ସେବା ଜରିଆରେ ଲୋକେ ମାତ୍ର ଗୋଟିଏ ଚାନେଲ୍ ଦେଖିବାରେ ସକ୍ଷମ ହେଉଥିଲେ। କିନ୍ତୁ ମାଗଣା ଡିଟିଏଚ୍‌ ସେବା ଫ୍ରି-ଡିସ୍‌ ଜରିଆରେ ଲୋକେ ବିନା କୌଣସି ମାସିକ ଦେୟରେ ୫୧ ଶିକ୍ଷଣୀୟ ଚାନେଲ୍‌ ସମେତ ମୋଟ ୧୫୦ଟି ଦେୟଶୂନ୍ୟ ଚାନେଲ୍‌ ଦେଖି ପାରୁଛନ୍ତି। ଅଳ୍ପ ମୂଲ୍ୟରେ ମିଳୁଥିବା ଡିସ୍‌ ରିସିଭ୍ ଯନ୍ତ୍ର (ସେଟ୍‌ଟପ୍ ବକ୍ସ) ଜରିଆରେ ଜଣେ ଡିଡି ଫ୍ରିଡିସ୍ ସିଗ୍‌ନାଲ୍ ପାଇ ପାରିବ। ସେହି କାରଣରୁ ଏଟିଟି ସେବା ଏବେ ପ୍ରାସଂଗିକତା ହରାଇ ସାରିଛି। ତେଣୁ ସରକାର ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାଦ୍ବାରା ଦୂରଦର୍ଶନ ଓ ଆକାଶବାଣୀର କୌଣସି କର୍ମଚାରୀ ପ୍ରଭାବିତ ହେବେ ନାହିଁ।

ସେମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଟିଟି ଟ୍ରାନ୍‌ସମିଟର୍‌ ବନ୍ଦ ଦ୍ବାରା ଦୂରଦର୍ଶନ ବା ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ କୌଣସି ପ୍ରଭାବ ପଡ଼ି ନାହିଁ। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ଏବେ ବି କାର୍ଯ୍ୟକ୍ରମ ପ୍ରସ୍ତୁତି ଜାରି ରହିଛି। କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ଏଟିଟି ସେବାର କୌଣସି ସଂପର୍କ ନାହିଁ। ତେଣୁ ଏହାଦ୍ବାରା କୌଣସି ପ୍ରକାର କାର୍ଯ୍ୟକ୍ରମ ପ୍ରସ୍ତୁତି ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି। ଶ୍ରୀ ଆଚାର୍ଯ୍ୟ ନିଜ ପ୍ରଶ୍ନରେ ଏହା ବନ୍ଦ କରିବା ଦ୍ବାରା ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି, ଗୀତ, ସଂଗୀତ ଓ ଭାଷା ଉପରେ ତଥା ପ୍ରସାର ଭାରତୀର କର୍ମଚାରୀଙ୍କ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ କି ବୋଲି ସଂସଦରେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe