ଅସ୍ତ୍ରୋପଚାର ସମୟରେ ମୂତ୍ରାଶୟରୁ ମିଳିଲା ୧୨୦୦ ଗ୍ରାମର ପଥର

Advertisment
ଅସ୍ତ୍ରୋପଚାର ସମୟରେ ମୂତ୍ରାଶୟରୁ ମିଳିଲା ୧୨୦୦ ଗ୍ରାମର ପଥର

ମାଲକାନଗିରି: ମାଲକାନଗିରି ଜିଲ୍ଲା ହସପିଟାଲରେ ଆଜି ଏକ ସଫଳ ଅସ୍ତ୍ରୋପଚାର ହୋଇଛି। ମୂତ୍ରାଶୟରୁ ୧୨ ଶହ ଗ୍ରାମର ଏକ ପଥର ବାହାରିଛି। ଚିତ୍ରକୋଣ୍ଡା ଅଂଚଳର ଆରଏସି-୩ ଗ୍ରାମର ଦଶରଥ ଖିଲ(୩୮)ଙ୍କର ମୂତ୍ରାଶୟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ଭଲ ହୋଇନଥିଲେ। ପରେ ସେ ମାଲକାନଗିରି ଆସି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତର ସପନ କୁମାର ଡିଣ୍ଡା ତାଂକର ମୂତ୍ରାଶୟରେ ଏକ ପଥର ରହିଥିବା କହିଥିଲେ। ଏହାକୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି ପରାମର୍ଶଦେବା ପରେ ଆଜି ଏହାର ସଫଳ ଅସ୍ତ୍ରପ୍ରଚାରର ହୋଇଥିଲା। ଆନାସ୍ଥାସିଆ ଡାକ୍ତର ନିହାର ରଂଜନ ତ୍ରିପାଠୀଙ୍କ ସହ ସପନ କୁମାର ଡିଣ୍ଡା ଏହି ଅସ୍ତ୍ରପ୍ରଚାର କରିଥିଲେ। ଅସ୍ତ୍ରପ୍ରଚାର ପରେ ଦଶରଥଙ୍କ ମୂତ୍ରାଶୟରୁ ୧୨୦୦ ଗ୍ରାମର ଏକ ପଥର ବାହାରିଥିଲା। ଏବେ ଦଶରଥ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି।ପରିବାର ସମେତ ଜିଲ୍ଲାବାସୀ ଦୁଇ ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe