୪୫ ହଜାର କେଜି ମହୁଲ ପୋଚ, ୧୨ଶହ ଲିଟର ଦେଶୀ ମଦ ଜବତ

Advertisment
୪୫ ହଜାର କେଜି ମହୁଲ ପୋଚ, ୧୨ଶହ ଲିଟର ଦେଶୀ ମଦ ଜବତ

ରାଉରକେଲା: ଅବକାରୀ ପୁଲିସକୁ ଆଜି ପୁଣି ଏକ ବଡ଼ଧରଣର ସଫଳତା ମିଳିଛି। ଦେଶୀ ମଦ ରନ୍ଧା ଶାଳରେ ଅତର୍କିତ ଚଢ଼ଉ କରି ବହୁ ପରିମାଣର ମହୁଲ ପୋଚ, ଦେଶୀ ମଦ ଜବତ କରିଛି। ଏହା ସହ ଲାଙ୍କୋଇ ଗାଁର ଲତିକା କୁମ୍ଭାର(୩୦)ଙ୍କୁ ଗିରଫ କରିଛି।
ଗତ ୪ ଦିନ ହେଲା ଅବକାରୀ ଗୁଇନ୍ଦା ବିଭାଗ(ଉତ୍ତରାଞ୍ଚଳ) ସମ୍ବଲପୁର, ରାଉରକେଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ବାଡ୍‌(କଟକ)କୁ ନେଇ ଗଠିତ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଏହି କ୍ରମରେ ଆଜି ବୀରମିତ୍ରପୁର ଓ ବିଶ୍ରା ଥାନା ଅନ୍ତର୍ଗତ କରିଛାପଲ, ଲାଙ୍କୋଇ, ଟଙ୍କ‌ଟୋଲି ଆଦି ଗ୍ରାମ‌ରେ ଚଢ଼ଉ କରିଥିଲେ। ଦେଶୀ ମଦ ରନ୍ଧାଶାଳରୁ ୧୨ଶହ ଲିଟର ଦେଶୀ ମଦ ଜବତ କରିଥିଲେ। ଏହାସହ ଜବତ ପ୍ରାୟ ୪୫ ହଜାର କେଜି ମହୁଲ ପୋଚକୁ ନଷ୍ଟ କରିଦିଆଯାଇଛି।

publive-image

ଅବକାରୀ ସୁପରିଟେଣ୍ଡେଣ୍ଟ୍‌ଙ୍କ ନିର୍ଦ୍ଦେଶକ୍ରମେ ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଅଭିଜିତ ମହନ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ଚଢ଼ଉବେଳେ ଗୁଇନ୍ଦା ବିଭାଗ(ଉତ୍ତରାଞ୍ଚଳ)ର ଭାରପ୍ରାପ୍ତ ଅଧିକାରୀ ଶୃତିକାନ୍ତ ରାଉତ, ଏସ୍‌ଆଇ ହେମନ୍ତ ମହାନନ୍ଦିଆ, ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ଏସ୍‌ଆଇ ମାନସ ମୁଣ୍ଡା, ଶ୍ରୀଧର ମହାନ୍ତି, ବୀରମିତ୍ରପୁର ଓ ବିଶ୍ରା ପୁଲିସ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe