ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା, ଆଜି ୧୨୦୩ ପଜିଟିଭ୍ ଚିହ୍ନଟ

Advertisment
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା, ଆଜି ୧୨୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ୧୨୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୮୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୪୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୫୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୧୫, ବାଲେଶ୍ବର ଜିଲ୍ଲାରୁ ୨୦, ବରଗଡ଼ ଜିଲ୍ଲାରୁ ୧୨, ଭଦ୍ରକ ଜିଲ୍ଲାରୁ ୫୩, ବଲାଙ୍ଗୀର ଜିଲ୍ଲାରୁ ୬, ବୌଦ୍ଧ ଜିଲ୍ଲାରୁ ୬, କଟକ ଜିଲ୍ଲାରୁ ୯୭, ଦେବଗଡ଼ ଜିଲ୍ଲାରୁ ୮, ଢେଙ୍କାନାଳ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୭୨, ଜଗତସିଂହପୁର ଜିଲ୍ଲାରୁ ୮, ଯାଜପୁର ଜିଲ୍ଲାରୁ ୪୬, କଳାହାଣ୍ଡି ଜିଲ୍ଲାରୁ ୪, କନ୍ଧମାଳ ଜିଲ୍ଲାରୁ ୧୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୧, ଖୋର୍ଦ୍ଧା ଜିଲ୍ଲାରୁ ୨୨୦, କୋରାପୁଟ ଜିଲ୍ଲାରୁ ୬୬, ମାଲକାନଗିରି ଜିଲ୍ଲାରୁ ୬୫, ମୟୂରଭଞ୍ଜ ଜିଲ୍ଲାରୁ ୧୬, ନବରଙ୍ଗପୁର ଜିଲ୍ଲାରୁ ୪, ନୟାଗଡ଼ ଜିଲ୍ଲାରୁ ୨୪ ପୁରୀ ଜିଲ୍ଲାରୁ ୯, ରାୟଗଡ଼ା ଜିଲ୍ଲାରୁ ୪୫, ସମ୍ବଲପୁର ଜିଲ୍ଲାରୁ ୪୦, ସୋନପୁର ଜିଲ୍ଲାରୁ ୪, ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୧୮,୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୨୩୫ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe