ରାଜ୍ୟର ପୌରାଞ୍ଚଳରେ ବାସ କରୁଛନ୍ତି ୧,୨୩,୭୦୮ ବାସହୀନ ପରିବାର

ରାଜ୍ୟର ପୌରାଞ୍ଚଳରେ ବାସ କରୁଛନ୍ତି ୧,୨୩,୭୦୮ ବାସହୀନ ପରିବାର

ଭୁବନେଶ୍ବର: ରାଜ୍ୟର ପୌରାଞ୍ଚଳମାନଙ୍କରେ ୧ ଲକ୍ଷ ୨୩ ହଜାର ୭୦୮ ବାସହୀନ ପରିବାର ବାସ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୮ ହଜାର ୫୭୧, ରାଜୀବ ଆବାସ ଯୋଜନାରେ ୪୭୬୦, ଆଇଏଚ୍‌ଏସ୍‌ଡିପି ଯୋଜନାରେ ୨୦୮୧ଟି ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି ବୋଲି ବିଧାନସଭାରେ କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ପାଇଁ ଯଥାକ୍ରମେ ୫୦୫ ଓ ୮୬୩୫ଗୋଟି ନିମ୍ନ ମଧ୍ୟବିତ୍ତ ପରିବାରକୁ ଘର ଯୋଗାଇ ଦେବା ଲାଗି ଯଥା କ୍ରମେ ୩୧.୯୦ କୋଟି ଟଙ୍କା ଓ ୪୫୫.୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ବାସହୀନ ପରିବାରକୁ ସାମିଲ ପାଇଁ ଲକ୍ଷ୍ୟ ରଖା ଯାଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ବିଧାୟକ ଶ୍ରୀ ପଟ୍ଟନାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ସମସ୍ତ ପୌରାଂଚଳରେ ବାସହୀନ ପରିବାରଙ୍କ ସଂଖ୍ୟା କେତେ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ ଗୃହ ଯୋଗାଣ ଯୋଜନାରେ ସେମାନଙ୍କ ମଧ୍ୟରୁ କେତେ ପରିବାରଙ୍କୁ ସହାୟତା ମିଳିଛି? ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ବର ଦୈତନଗରୀର ୨୫ ହଜାର ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଘର ଯୋଗାଇବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହାର ବ୍ୟୟ ଅଟକଳ କେତେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେ ପରିବାରଙ୍କୁ ସେଥିରେ ସାମିଲ କରାଯିବା ଲକ୍ଷ୍ୟ ଅଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe