indianexpress.com
ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ପ୍ରଭାବିତ ତିନି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ୧୨୩ କୋଟି ୯୦ ଲକ୍ଷ ଟଙ୍କା ଦେଇଛନ୍ତିି। ସେହି ଅର୍ଥରେ ଫନି କ୍ଷତିଗ୍ରସ୍ତମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯିବ। ଏହି ସହାୟତା ରାଶିକୁ ମିଶାଇ ଆଜି ସୁଦ୍ଧା ରାଜ୍ୟ ସରକାର ମୋଟ ୧୪୮୧ କୋଟି ୫ ଲକ୍ଷ ଟଙ୍କା ପ୍ରଭାବିତ ଜିଲ୍ଲାଗୁଡ଼ିକ ସହିତ ବିଭିନ୍ନ ବିଭାଗକୁ ପ୍ରଦାନ କରିସାରିଛନ୍ତିି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚେଇଛି ଯେ ଆଜି ରାଜ୍ୟ ସରକାର ପୁରୀ, ଖୋର୍ଧା ଓ କଟକ ଜିଲ୍ଲାର ଫନି କ୍ଷତିଗ୍ରସ୍ତମାନଙ୍କ ପାଇଁ ଘରଭଙ୍ଗା ସହାୟତା, ଲୁଗାପଟା, ବାସନକୁସନ, ଜାଲ ଓ ଡଙ୍ଗା, ମାଛ ଜାଆଁଳ ଇନ୍ପୁଟ୍ ଆଦି ପ୍ରକାରର ସହାୟତା ବାବଦରେ ୧୨୩.୯୦ କୋଟି ଦେଇଛନ୍ତି। ଏହା ପୂର୍ବରୁ ଗତ ୧୦ ତାରିଖରେ ରାଜ୍ୟ ସରକାର ପୁରୀ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକାର ସହାୟତା ବାବଦରେ ୧୯୭.୫୯ କୋଟି ଟଙ୍କା ଦେଇଥିଲେ।
Follow Us