ଉନ୍ନତୀକରଣ ପାଇଁ ୧୨୫୩ ରେଳଷ୍ଟେସନ ଚିହ୍ନଟ

ଉନ୍ନତୀକରଣ ପାଇଁ ୧୨୫୩ ରେଳଷ୍ଟେସନ ଚିହ୍ନଟ

India TV News

ଭୁବନେଶ୍ବର: ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ଭାରତୀୟ ରେଳପଥର ୧୨୫୩ଟି ଷ୍ଟେସନର ଉନ୍ନତୀକରଣ ପାଇଁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧୨୧୩ଟି ରେଳ ଷ୍ଟେସନର ବିକାଶ କାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବାକି ୪୦ଟି ଷ୍ଟେସନର ଉନ୍ନତୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରକାର ବିକାଶମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି। ଛୋଟ ଓ ବଡ଼ ସହର ସମେତ ଦେଶବ୍ୟାପୀ ରହିଥିବା ଭାରତୀୟ ରେଳପଥର ଷ୍ଟେସନଗୁଡ଼ିକର ଉନ୍ନତୀକରଣ, ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ମଡେଲ, ଆଧୁନିକ ଓ ଆଦର୍ଶ ଷ୍ଟେସନ ଯୋଜନା କାର୍ଯ୍ୟକାରୀ ହେଉଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ସୂଚନା ଦେଇଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବିଭିନ୍ନ ଷ୍ଟେସନରେ ଯାତ୍ରୀମାନଙ୍କୁ ଅଧିକ ଆରାମ ଓ ସୁବିଧା ଯୋଗାଇ ଦେବା ଲାଗି ଚିହ୍ନଟ ଆବଶ୍ୟକତାକୁ ଆଧାର କରି ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ରେଳ ଷ୍ଟେସନଗୁଡ଼ିକର ଉନ୍ନତୀକରଣ ହେଉଛି। ନିକଟରେ ରେଳ ଷ୍ଟେସନର ବ୍ୟାପକ ଉନ୍ନତୀକରଣ ପାଇଁ ଏକ ନୂଆ ଯୋଜନା ଆରମ୍ଭ ହୋଇଛି।

ଆଦର୍ଶ ଷ୍ଟେସନ ଯୋଜନାରେ ୧୨୧୩ଟିର ଉନ୍ନତି ସରିଛି
ଚଳିତ ଆର୍ଥିକ ବର୍ଷରେ ୪୦ ଷ୍ଟେସନର ବିକାଶ ହେବ

ଏହି ଯୋଜନା ଅଧୀନରେ ଷ୍ଟେସନ ଅଟ୍ଟାଳିକାର ପୁନଃନିର୍ମାଣ, ସୁଧାର ଓ ସମ୍ପ୍ରସାରଣ, ଷ୍ଟେସନ ପରିସରରେ ଭିଡ଼, ବାଧାମୁକ୍ତ ପ୍ରବେଶ ଓ ପ୍ରସ୍ଥାନ ସୁବିଧା, ଯାତ୍ରୀଙ୍କର ଆଗମନ ଓ ପ୍ରସ୍ଥାନ ପାଇଁ ପୃଥକ ବ୍ୟବସ୍ଥା, ଅଧିକ ଭିଡ଼ ମୁକାବିଲା ପାଇଁ ଯଥେଷ୍ଟ ସ୍ଥାନ ସୁବିଧା, ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ସଙ୍କେତ, ଭଲ ଆଲୋକ ଚଳପ୍ରଚଳ ସ୍ଥାନ, ଛାଡ଼ିବା, ଆଣିବା ଓ ପାର୍କିଂ ପାଇଁ ଯଥେଷ୍ଟ ବ୍ୟବସ୍ଥା, ଆବଶ୍ୟକତା ଓ ସୁବିଧା ଅନୁଯାୟୀ ଦିବ୍ୟାଙ୍ଗଙ୍କ ପାଇଁ ସବୁ ସୁବିଧା ଆଦି ସାମିଲ ରହିଛି। ଏବେ ସୁଦ୍ଧା ଏହି ଯୋଜନାରେ ବ୍ୟାପକ ଉନ୍ନତୀକରଣ ପାଇଁ ୪୧ଟି ଷ୍ଟେସନକୁ ଚିହ୍ନଟ କରାଯାଇଛି। ସରକାରୀ ଘରୋଇ ଭାଗିଦାରୀ(ପିପିପି) ମୋଡ୍‌ର ହାଇବ୍ରିଡ୍ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର ମଡେଲରେ ଉନ୍ନତୀକରଣ ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନ ଓ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଷ୍ଟେସନକୁ ଚିହ୍ନଟ କରାଯାଇଛି।

publive-image

ରାଣୀ କମଳାପତି ଓ ଗାନ୍ଧୀ ନଗର ରେଳ ଷ୍ଟେସନର ବିକାଶ କାର୍ଯ୍ୟ କରାଯିବା ସହ ଯଥାକ୍ରମେ ୨୦୨୧ ନଭେମ୍ବର ୧୫ ଓ ଜୁଲାଇ ୧୬ରେ କାର୍ଯ୍ୟକ୍ଷମ କରାଯାଇଛି। ଆଉ ଏକ ରେଳ ଷ୍ଟେସନ ଭାବେ ବେଙ୍ଗାଲୁରୁର ସାର୍‌ ଏମ. ବିଶ୍ବେଶ୍ୱରାୟ ଟର୍ମିନାଲର ଉନ୍ନତୀକରଣ କାର୍ଯ୍ୟ ଶେଷ ହୋଇଛି। ଏହି ଷ୍ଟେସନ ଯାତ୍ରୀ ସେବା ଯୋଗାଇ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ରେଳ ଷ୍ଟେସନଗୁଡ଼ିକର ବିକାଶ ଓ ରକ୍ଷଣାବେକ୍ଷଣ ସଂକ୍ରାନ୍ତ ଅର୍ଥ ଆବଣ୍ଟନ, ବ୍ୟୟ ବିବରଣୀ ରାଜ୍ୟ ଅନୁଯାୟୀ ନୁହେଁ, ବରଂ ରେଳ ଜୋନ୍‌ ଅନୁଯାୟୀ ରଖାଯାଇଥାଏ। ପ୍ଲାନ୍ ହେଡ୍-୫୩ ‘ଯାତ୍ରୀ ସୁବିଧା’ ଯୋଜନା ଅଧୀନରେ ଏସବୁ ସୁବିଧା ପାଇଁ ସାଧାରଣତଃ ପାଣ୍ଠି ଯୋଗାଣ କରାଯାଏ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ବିଗତ ଦୁଇ ଆର୍ଥିକ ବର୍ଷ ଯଥା ୨୦୨୦-୨୧, ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ରେ ଏହି ପ୍ଲାନ୍ ହେଡ୍‌-୫୩ ଅଧୀନରେ ଅଧିକ ପାଣ୍ଠି ଆବଣ୍ଟିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe