ଗଜପତିରେ ୧୨୯ ଭୂସ୍ଖଳନପ୍ରବଣ ଅଞ୍ଚଳ: ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉନି

ଗଜପତି ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ହେଲେ ଭୂସ୍ଖଳନରେ ଜନଜୀବନ ପ୍ରଭାବିତ ହେଉଥିବାର ଅନେକ ନଜିର ରହିଛି। ୨୦୦୬ ମସିହାରେ ଗୁମ୍ମା ବ୍ଲକ୍‌ର ମିଞ୍ଜିରିରେ ଭୂସ୍ଖଳନ ଯୋଗୁଁ ୪ ଜଣଙ୍କ ଜୀବନ ଯାଇଥିଲା।

hfkhffhhfh

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ହେଲେ ଭୂସ୍ଖଳନରେ ଜନଜୀବନ ପ୍ରଭାବିତ ହେଉଥିବାର ଅନେକ ନଜିର ରହିଛି। ୨୦୦୬ ମସିହାରେ ଗୁମ୍ମା ବ୍ଲକ୍‌ର ମିଞ୍ଜିରିରେ ଭୂସ୍ଖଳନ ଯୋଗୁଁ ୪ ଜଣଙ୍କ ଜୀବନ ଯାଇଥିଲା। ୨୦୧୮ ମସିହାରେ ତିତ୍‌ଲି ବାତ୍ୟା ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଆଉ ଭୂସ୍ଖଳନ କାରଣରୁ ରାୟଗଡ଼ ବ୍ଲକ୍ ଅଧୀନ ଗଙ୍ଗାବାଡ, ଲକ୍ଷ୍ମୀପୁର, କଇଁପୁର ଓ ଗଣ୍ଡାହାତୀ ଆଦି ପଞ୍ଚାୟତ ସମେତ ରା.ଉଦୟଗିରି ଓ ନୂଆଗଡ଼ ବ୍ଲକର କିଛି ଅଞ୍ଚଳରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ବି ଜନମାନସରୁ ତିତ୍‌ଲି ବାତ୍ୟାର କରାଳ ରୂପ ଲିଭିପାରିନି। ଲଗାଣ ବର୍ଷା ହେଲେ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରତିଟି ମୁହୂର୍ତ୍ତରେ ଭୟ ଘାରୁଛି।

ଗଜପତି ଜିଲ୍ଲାରେ ମୋଟ ୧୨୯ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ ହୋଇଛି। ତେବେ ଭୂସ୍ଖଳନପ୍ରବଣ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଯାଏ କୌଣସି ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ ହୋଇନାହିଁ। ଅନ୍ୟପକ୍ଷରେ ଗଜପତି ଜିଲ୍ଲା ଦିନେ ଘଞ୍ଚ ଜଙ୍ଗଲ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ଗତ କିଛିବର୍ଷ ହେଲା ଅବାଧ ଜଙ୍ଗଲକଟା ଓ ପୋଡ଼ୁଚାଷ ଯୋଗୁଁ ଭୂସ୍ଖଳନ ପରିମାଣ ବଢ଼ିବାରେ ଲାଗିଛି। ପ୍ରତିବର୍ଷ ଜଙ୍ଗଲ ସୃଷ୍ଟି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଅବାଧ ଗଛକଟା ଉପରେ ରୋକ୍ ଲାଗିପାରୁନି ବୋଲି ପରିବେଶବିତ୍ ମାନେ କହିଛନ୍ତି। ଗରେ ଜନସଚେତନତାକୁ ବ୍ୟାପକ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe