ରାଜ୍ୟରେ ନୂଆ ରେକର୍ଡ଼ : ୨୪ ଘଣ୍ଟାରେ ୧୨୯ ଆକ୍ରାନ୍ତ, ସୁସ୍ଥ ହେଲେ ଆଉ ୭୬

Advertisment
ରାଜ୍ୟରେ ନୂଆ ରେକର୍ଡ଼ : ୨୪ ଘଣ୍ଟାରେ ୧୨୯ ଆକ୍ରାନ୍ତ, ସୁସ୍ଥ ହେଲେ ଆଉ ୭୬

WBUR

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ପରିମାଣରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ମାମଲା ଆସିଛି। ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ୧୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲା ବେଳେ ୧୦ ଜଣ ସ୍ଥାନୀୟ ଲୋକ ଅଛନ୍ତି। ଏଥିସହିତ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି।

publive-image

ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଗଜପତିରେ ୧୬, ନୂଆପଡ଼ାରେ ୧୨, ବଲାଙ୍ଗୀରରେ ୧୧ ଏବଂ ଗଞ୍ଜାମ ଓ ଯାଜପୁରରେ ୧୦ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ଏହା ବାଦ୍ ଖୋର୍ଦ୍ଧାରେ ୭, ବାଲେଶ୍ବର, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜରେ ୬, କଟକରେ ୫, ପୁରୀ ଓ ଦେବଗଡ଼ରେ ୪, କେନ୍ଦୁଝରରେ ୩, ଜଗତସିଂହପୁରରେ ୨ ଏବଂ ମାଲକାନଗିରି, ଢେଙ୍କାନାଳ ଓ ସମ୍ବଲପୁରରେ ଜଣେ ଲେଖାଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୭୬ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୭ ଜଣ, ଗଂଜାମରୁ ୧୬, ନୟାଗଡ଼ରୁ ୧୧, କଳାହାଣ୍ଡିରୁ ୧୧, ଯାଜପୁରରୁ ୫, ବାଲେଶ୍ୱର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏ, ଅନୁଗୁଳ ଓ ଜଗତ୍‌ସିଂହପୁରରୁ ୨ ଜଣ ଲେଖାଏ, କଟକ, ଢେଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୧୨୬ରେ ପହଞ୍ଚିଛି। ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଏବେ ୮୧୩ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ହୋଇ ଏଯାଏ ୭ ଜଣ ପ୍ରାଣ ହରାଇଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe