ବର୍ଷା ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ୧୩ ଓ ୧୪ ତାରିଖ ସରକାରୀ ଛୁଟି ବାତିଲ୍‌ : ଜଳବନ୍ଦୀ ଅଞ୍ଚଳରେ ପହଞ୍ଚି ପାରୁନି ପ୍ରଶାସନ

Advertisment
ବର୍ଷା ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ୧୩ ଓ ୧୪ ତାରିଖ ସରକାରୀ  ଛୁଟି ବାତିଲ୍‌ : ଜଳବନ୍ଦୀ ଅଞ୍ଚଳରେ ପହଞ୍ଚି ପାରୁନି ପ୍ରଶାସନ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଲଗାଣ ବର୍ଷା ହେତୁ ଚାରିଆଡେ ବେହାଲ୍‌ ପରିସ୍ଥିତି ଦେଖବାକୁ ମିଳିଛି। ତେବେ ତିତ୍‌ଲିର ପ୍ରଭାବ ସର୍ବାଧିକ ଗଜପତି, ଗଞ୍ଜାମ ଓ ରାୟଗଡ଼ାରେ ଦେଖିବାକୁ ମିଳିଛି। ତେବେ ଗଞ୍ଜାମ ଜିଲ୍ଲା ପରିସ୍ଥିତି ସଙ୍ଗୀନ ରହିଛି। ଗଞ୍ଜାମର ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।  ଏହି ଜିଲ୍ଲାର ଅାସିକା, ପୁରୁଷୋତ୍ତମପୁର ଓ ଧରାକୋଟ ଜଳବନ୍ଦୀ ରହିଛି। .ସେଠାକୁ ଉଦ୍ଧାରକାରୀ ଦଳ ଦଳ ପହଞ୍ଚି ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି  ଗଞ୍ଜାମ ଜିଲ୍ଲାରେ ୧୩ ଓ ୧୪ ସରକାରୀ ଛୁଟି ବାତିଲ୍‌ କରାଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରଖିବା ଲାଗି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ .ହୋଇଛି।  

ଆଜି ସକାଳୁ ଅନେକ ଜିଲ୍ଲାରେ ବର୍ଷା ଜାରି ରହିଛି।  ସୂଚନାଯୋଗ୍ୟ, ୧୬ଟି ବ୍ଲକ୍‌ରେ ୨୦୦ ମିମିରୁ ଅଧିକ ବର୍ଷା ଜାରି ରହିଛି। ୭୮ଟି ବ୍ଲକ୍‌ରେ ୧୦୦ମିମି ବର୍ଷା ରେକର୍ଡ କରାଯିବା ସହିତ। ବନ୍ୟାସ୍ଥିତି ନେଇ ଜଳସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେହିପରି ଜି ଉଦୟଗିରିରେ ସର୍ବାଧିକ ୩୫୧ ମିମି ବର୍ଷା ରେକର୍ଡ ହୋଇଛି। ତେବେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ଜୋରସୋର ଲାଗି ପଡ଼ିଛି। ବନ୍ୟା ପ୍ରପୀଡିତ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ଅଣାଇ ଯାଇ ରନ୍ଧା ଖାଦ୍ୟର ବ୍ୟବସ୍ଥା ବି କରାଯାଇଛି।

ଗଞ୍ଜାମର ଆସିକା, ପୁରୁଷୋତ୍ତମପୁର, ଧରାକୋଟ, ଗଞ୍ଜାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି ଜଳ ସଂପଦ ସଚିବ ପ୍ରଦୀପ କୁମାର ଜେନା  ତେବେ ୧୬ଟି ବ୍ଲକରେ ବନ୍ୟା ସ୍ଥିତି ସୁଧୁରୁଥିବା କହିଛନ୍ତି ସେ ୭୮ ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ବି ବର୍ଷା ହେଉଛି ବୈତରଣୀ ଉପରମୁଣ୍ଡରେ ବର୍ଷା ହେଉଛି, ତଥାପି ବନ୍ୟାର ଆଶଙ୍କା ନ ଥିବା କହିଛନ୍ତି ଜଳସଂପଦ ସଚିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe